ଶ୍ରୀକାକୁଲମ: ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦଦେଶର ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଞ୍ଚଳରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ , ଭୁବନେଶ୍ୱର ଗୋଟିଏ ପରିବାରର ସଦସ୍ୟମାନେ ଏକ କାର୍ରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ କାର୍ଟି ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ବୀପରୀତ ଦିଗରୁ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ କାର୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂଣ୍ଣ ଚାପି ହୋଇଯାଇଥିଲା ଏବଂ ଟ୍ରକ୍ଟି ରାସ୍ତା କଡ଼ରେ ଥିବା ଏକ ବିଲ ମଧ୍ୟକୁ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ଶିଶୁ କନ୍ୟା ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତଙ୍କୁ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରଖିଛି।










