19.1 C
Bhubaneswar
Tuesday, February 3, 2026
Homeଓଡିଶାରାଉରକେଲାରେ ‘ଆମ ବସ୍‌’ ଯାଞ୍ଚ

ରାଉରକେଲାରେ ‘ଆମ ବସ୍‌’ ଯାଞ୍ଚ

ରାଉରକେଲା: ଭୁବନେଶ୍ୱରରେ ‘ଆମ ବସ୍‌’ ଦୁର୍ଘଟଣାକୁ ନେଇ ରାଉରକେଲାରେ ତତ୍ପରତା । ପରିବହନ ବିଭାଗ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରାଯାଇଛି । ୩ଟି ଟିମ୍‌ରେ ବିଭକ୍ତ ହୋଇ ଯାଞ୍ଚ କରୁଛନ୍ତି ପରିବହନ କର୍ମଚାରୀ । ଡ୍ରାଇଭରଙ୍କ ଲାଇସେନ୍ସ, ଗାଡି ଫିଟନେସ୍‌, ମଦ୍ୟପାନ ଆଦି ନେଇ ଯାଞ୍ଚ ଚାଲିଛି । ରାଉରକେଲାରେ ଚାଲୁଥିବା ସମସ୍ତ ୧୧୦ ବସ୍‌କୁ ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ, ଭୁବନେଶ୍ୱରରେ ବସ୍ ଫିଟନେସ୍‌, ଚାଳକ ସ୍ଥିତି ଓ ସଡକ ସୁରକ୍ଷା ନିୟମର ଯାଞ୍ଚ ଚାଲିଛି । ପରିବହନ କମିସନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ ଡିପୋରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରୁଛି । ଡିପୋ ବାହାରେ ପୋଲିସ ପକ୍ଷରୁ ବ୍ରେତ ଆନାଲାଇଜର ଜରିଆରେ ଯାଞ୍ଚ ଚାଲିଛି । ବିଭିନ୍ନ ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ ଚାଲିଥିବା କହିଛନ୍ତି କମିଶନର । ବିଶେଷକରି ଇଭି ବସ୍ ନେଇ ସ୍ୱତନ୍ତ୍ର ଟ୍ରେନିଂ ପାଇଁ ନିର୍ଦ୍ଦେଶ ରହିଛି । ଆଜି ନୁହେଁ, ଏଣିକି ନିୟମିତ ଯାଞ୍ଚ ଜାରି ରହିବ ବୋଲି ମଧ୍ୟ କହିଛନ୍ତି କମିଶନର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking