21.1 C
Bhubaneswar
Monday, February 2, 2026
Homeଓଡିଶାଦାଦାର ଶାବଳ ମାଡରେ ପୁତୁରା ମୃତ

ଦାଦାର ଶାବଳ ମାଡରେ ପୁତୁରା ମୃତ

କେନ୍ଦ୍ରାପଡା: ଦାଦାର ଶାବଳ ମାଡରେ ପୁତୁରା ମୃତ। କେନ୍ଦ୍ରାପଡା ନରିଲୋ ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଜମିବାଡି ବିବଦରୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକଙ୍କୁ ନରିଲୋ ଗ୍ରାମର ବାସିନ୍ଦା ଉପେନ୍ଦ୍ର ଓଝା ଓରଫ ପପୁନ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାେ. ଗତକାଲି ରାତି ୮ ବେଳେ ଜମି ବିବାଦକୁ ନେଇ ପପୁନଙ୍କ ତାଙ୍କ ଦାଦାଙ୍କ ସହ ପାଟିତୁଣ୍ଡ ହୋଇଥଲା। ଏହା ପରେ ଧୀରେ ଧୀରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ରାଜକିଶୋର, ତାଙ୍କ ସ୍ତ୍ରୀ ଓ ପୁଅ ସଂଘବଦ୍ଧ ଭାବେ ଉପେନ୍ଦ୍ରଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ପୁତୁରା ଉପେନ୍ଦ୍ର, ତାଙ୍କ ମା ସଂଯୁକ୍ତା ଓ ବାପା ସରୋଜକାନ୍ତ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ବିଳମ୍ବିତ ରାତିରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଭିଯୁକ୍ତ ଦାଦା ରାଜକିଶୋରଙ୍କ ପୁଅ ଉମାକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking