ପୁରୀ: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତିଙ୍କ ଉଦ୍ବେଗ । ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଉଦ୍ବେଗ ଜଣାଇଛନ୍ତି । ଉଦ୍ବେଗ ଜଣାଇ ଗଜପତି ମହାରାଜ ଦିବ୍ୟ ସିଂହ ଦେବ କହିଛନ୍ତି ଯେ ସେମାନେ ଜାଣି ନାହାନ୍ତି ଏହା କେତେ ବ୍ୟତିକ୍ରମ । ଆମେ ଯଦି ମହାପ୍ରଭୁଙ୍କ ଭକ୍ତ, ତାହେଲେ ଆଦେଶ ପାଳନ କରିବା । ଆଷାଢ ଶୁକ୍ଳ ଦ୍ୱିତୀୟରେ ନବଦିନାତ୍ମକ ରଥଯାତ୍ରା ପାଇଁ ନିର୍ଦ୍ଦେଶ ରହିଛି । ଏହା ହେଉଛି ମହାପ୍ରଭୁଙ୍କ ନିର୍ଦ୍ଦେଶ, ଆଉ କାହାର ନୁହେଁ । ମହର୍ଷି ବେଦବ୍ୟାସ ଯାହା ଲେଖିଛନ୍ତି, ତାହା ପାଳନ କରିବା ଦରକାର । ମହାପ୍ରଭୁଙ୍କ ଆଦେଶ ନଥିଲେ ଆମେ କାଢି ପାରନ୍ତେ ନାହିଁ । ବର୍ଷକୁ ଦୁଇ ଥର ମହାପ୍ରଭୁ ବାହାରକୁ ଆସିବାର ନିର୍ଦ୍ଦେଶ ରହିଛି । ଆମେ ବର୍ଷ ସାରା ମହାପ୍ରଭୁଙ୍କୁ ବାହାରକୁ ଆଣିପାରିବା ନାହିଁ ।










