24.1 C
Bhubaneswar
Friday, February 6, 2026
Homeଦେଶ ବିଦେଶବାଂଲାଦେଶରେ ଆଖିବୁଜିଲେ ଆଉ ଜଣେ ହିନ୍ଦୁ

ବାଂଲାଦେଶରେ ଆଖିବୁଜିଲେ ଆଉ ଜଣେ ହିନ୍ଦୁ

ନୂଆଦିଲ୍ଲୀ: ବାଂଲାଦେଶରେ ଆଖିବୁଜିଲେ ଆଉ ଜଣେ ହିନ୍ଦୁ । ଯୁବକ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ ତାଙ୍କୁ ଛୁରୀ ଭୁଷିଥିଲେ ଦୁର୍ବୃତ୍ତ । କେବଳ ଏତିକି ନୁହେଁ ପେଟ୍ରୋଲ ଢାଳି ନିଆଁ ମଧ୍ୟ ଲଗାଇଥିଲେ । ଜୀବନ ବଞ୍ଚାଇବାକୁ ଯାଇ ନିକଟରେ ଥିବା ଏକ ପୋଖରୀରୁ ଡେଇଁ ପଡିଥିଲେ ଯୁବକ ଜଣଙ୍କ । ଦୁଇ ଦିନ ଧରି ଜୀବନ ମରଣ ସହ ସଂଘର୍ଷ କରିବା ପରେ ଚାଲିଯାଇଛି ତାଙ୍କ ଜୀବନ । ସେପଟେ ବାଂଲାଦେଶରେ ଥିବା ହିନ୍ଦୁଙ୍କୁ ଖୋଜି ଖୋଜି ଧମକ ଚମକ ଦେଉଛନ୍ତି ହିନ୍ଦୁ ବିରୋଧୀ । କିନ୍ତୁ, ଶନିବାର ଦିନ ଢାକାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପଶ୍ଚିମବଙ୍ଗ ବିଜେପି ଯୁବକଙ୍କ ମୃତ୍ୟୁ ଉପରେ ଏକ ପୋଷ୍ଟ କରି କହିଛି ଯେ ଦୀପୁ ଚନ୍ଦ୍ର ଦାସଙ୍କ ପରେ ଖୋକନ ଦାସଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ଆକ୍ରମଣଗୁଡ଼ିକ ଆମକୁ ପଶ୍ଚିମବଙ୍ଗର ଭୟଙ୍କର ପରିସ୍ଥିତିକୁ ମନେ ପକାଇ ଦେଉଛି, ଯେଉଁଠାରେ ଗତ ବର୍ଷ ମୁର୍ଶିଦାବାଦରେ ଏକ ଇସଲାମିକ ଭିଡ଼ ଦ୍ୱାରା ହରଗୋବିନ୍ଦ ଦାସ ଏବଂ ଚନ୍ଦନ ଦାସଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ବଙ୍ଗୀୟ ହିନ୍ଦୁମାନଙ୍କ ଉପରେ ଭୟଙ୍କର ଆକ୍ରମଣ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking