19.1 C
Bhubaneswar
Tuesday, February 3, 2026
Homeଓଡିଶାକଳିଙ୍ଗନଗର ଦିବଂଗତ ସଂଗ୍ରାମୀ ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି

କଳିଙ୍ଗନଗର ଦିବଂଗତ ସଂଗ୍ରାମୀ ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କଳିଙ୍ଗ ନଗର ଲୋମହର୍ଷଣକାରୀ ଆଦିବାସୀ ଗଣହତ୍ୟାର ଆଜି ୨୦ବର୍ଷ ପୂର୍ତ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଳିଙ୍ଗନଗର ଆଦିବାସୀ ଗଣହତ୍ୟାରେ ଶହୀଦ ହୋଇଥିବା ୧୨ ଜଣ ସଂଗ୍ରାମୀ ଆଦିବାସୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତତ୍‌କାଳୀନ ବିଜେଡ଼ି ବିଜେପି ଭାଗୁଆଳି ସରକାର ଟାଟା କମ୍ପାନୀ ଦ୍ୱାରା ଅନୁଗୃହୀତ ହୋଇ କଳିଙ୍ଗନଗରର ଆଦିବାସୀଙ୍କ ଠାରୁ ତାଙ୍କର ସାତପୁରୁଷର ଭିଟାମାଟିକୁ ଛଡ଼େଇ ନେଇ ଟାଟା କମ୍ପାନୀକୁ ଦେବାପାଇଁ ଯେଉଁ ଷଡଯନ୍ତ୍ର କରିଥିଲେ ସେଥିରେ ୧୨ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇବା ସହ ୪୦ ଜଣ ଆହତ ହୋଇଥିଲେ । ସବୁଠାରୁ ଦୁଃଖ ଓ ପରିତାପର ପ୍ରସଙ୍ଗ ଏହିକିଯେ ସେତେବେଳେ ଏହି ଘଟଣାର ତଦନ୍ତ ପାଇଁ ଯେଉଁ କମିଶନ ବସିଥିଲା ସେହି କମିଶନର ରିପୋର୍ଟରେ ପ୍ରସାସନର ପଦକ୍ଷେପକୁ ଭୁଲ ବୋଲି ଦର୍ଶାଯାଇନଥିଲା । ଓଡ଼ିଶାର ଆଦିବାସୀ ଲୋକମାନଙ୍କ ପାଇଁ ତତ୍‌କାଳୀନ ବିଜେଡ଼ି ବିଜେପି ଭାଗୁଆଳି ସରକାର କ୍ରୁର ମାନସିକତାକୁ ପାଶୋରୀ ହେବନାହିଁ । କଂଗ୍ରେସ ଦଳ ସବୁବେଳେ ଆଦିବାସୀ ମାନଙ୍କ ସହ ରହିଛି ଏବଂ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ ଉଦ୍ୟମ କରିଚାଲିଛି । ତତ୍‌କାଳୀନ ଉପା ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ସେତେବେଳେ କଳିଙ୍ଗନଗର ଗସ୍ତକରି ଅତ୍ୟାଚାରିତ ଆଦିବାସୀ ମାନଙ୍କୁ ଏବଂ ଦିବଗଂତ ଆଦିବାସୀ ମାନଙ୍କର ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking