17.1 C
Bhubaneswar
Wednesday, December 31, 2025
Homeଓଡିଶାଲୋକସେବା ଭବନରେ ପ୍ରଦର୍ଶିତ ହେଲା ସଂଘର୍ଷ ଓ ସଫଳତାର କାହାଣୀ ‘ପାଦେ ଆକାଶ’

ଲୋକସେବା ଭବନରେ ପ୍ରଦର୍ଶିତ ହେଲା ସଂଘର୍ଷ ଓ ସଫଳତାର କାହାଣୀ ‘ପାଦେ ଆକାଶ’

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ କ୍ରମେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରଠାରେ ଭିନ୍ନକ୍ଷମ ସଶକ୍ତିକରଣର ବାର୍ତ୍ତା ବହନ କରୁଥିବା ଓଡ଼ିଆ ଚଳଚ୍ଚିତ୍ର ‘ପାଦେ ଆକାଶ’ ର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ଓ ବିଶିଷ୍ଟ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ନାରୀଶକ୍ତି ପୁରସ୍କାରପ୍ରାପ୍ତ ତଥା ଅନୁଷ୍ଠାନ ‘ସ୍ୱାଭିମାନ’ର ପ୍ରତିଷ୍ଠାତା ଡଃ ଶ୍ରୁତି ମହାପାତ୍ରଙ୍କ ପ୍ରେରଣାଦାୟୀ ଜୀବନୀ ଉପରେ ଆଧାରିତ। ଜୀବନର ସଂଘର୍ଷ ଓ ଅନ୍ୟାନ୍ୟ ଇଚ୍ଛାଶକ୍ତି ବଳରେ କିଭଳି ବାଧାବିଘ୍ନକୁ ଅତିକ୍ରମ କରି ସଫଳତା ପାଇହେବ, ତାହା ଏହି ଚଳଚ୍ଚିତ୍ରରେ ଅତି ନିଖୁଣ ଭାବେ ଚିତ୍ରଣ କରାଯାଇଛି।ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ସନ୍ଥଗୋପାଳନ, ଡଃ ଶ୍ରୁତି ମହାପାତ୍ର ଏବଂ ତରଙ୍ଗ ସିନେ ପ୍ରଡକ୍ସନର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଶ୍ରୀ ଦେବିଦତ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଚଳଚ୍ଚିତ୍ରଟିକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ସମାଜ ପାଇଁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗ ତରଫରୁ ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ, ଶ୍ରୀ ଭାସ୍କର ରଇତ ଓ ଶ୍ରୀମତୀ ସୋନିଆ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking