19.1 C
Bhubaneswar
Tuesday, December 30, 2025
Homeଓଡିଶାଚା ଖଟିରେ ବିଜୁଳି ଚର୍ଚ୍ଚା ରାଜ୍ୟର ପୁରପଲ୍ଲୀରେ ହେବାର ଆବଶ୍ୟକତା ରହିଛି : ଭକ୍ତ

ଚା ଖଟିରେ ବିଜୁଳି ଚର୍ଚ୍ଚା ରାଜ୍ୟର ପୁରପଲ୍ଲୀରେ ହେବାର ଆବଶ୍ୟକତା ରହିଛି : ଭକ୍ତ

ଆଜି ପଲିଟିକାଲ ଥିଙ୍କର୍ସ ଫୋରମ୍ ଓ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଦ୍ୱାରା ସୂଚନା ଭବନ ଚା ଖଟିରେ ଆୟୋଜିତ “ଚା ଖଟିରେ ବିଜୁଳି ଚର୍ଚ୍ଚା” କାର୍ଯ୍ୟକ୍ରମରେ ବିଶିଷ୍ଟ ନାଗରିକ, ସେବାନିବୃତ ଅଧିକାରୀ, ସାମ୍ବାଦିକ, ରାଜନୈତିକ ନେତା ଆଦିଙ୍କ ଗହଣରେ ଯୋଗଦେଇ, ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ ଯେ, ଟାଟା ପାୱାରର ଅନ୍ୟାୟ ଓ ଜନ ବିରୋଧୀ ବିଦ୍ୟୁତ୍ ନୀତି ଉପରେ ଜନସାଧାରଣ ପ୍ରତିକ୍ରିୟା ପ୍ରକାଶ କରିବା ନିହାତି ଆବଶ୍ୟକ l ଓଡ଼ିଶା ଏକ ବିଦ୍ୟୁତ୍ ଉତ୍ପାଦକ ରାଜ୍ୟ ହୋଇଥିବା ସତ୍ତ୍ୱେ ଏଠାରେ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଚାର୍ଜ, ଆଗ୍ରିମ ଦେୟ ଓ ସ୍ମାର୍ଟ୍ ମିଟର ନାମରେ ଶୋଷଣ ହେଉଛି । ଅନ୍ୟ ରାଜ୍ୟ ଓଡ଼ିଶାରୁ ବିଦ୍ୟୁତ୍ କିଣି ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଓ କୃଷି ପାଇଁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ୍ ଦେଉଛନ୍ତି । ଏହି ବିଦ୍ୟୁତ୍ ପାଇଁ କୋଇଲା ଯୋଗାଇ ଆଜି ଅନୁଗୁଳ ଦେଶର ଷଷ୍ଠ ପ୍ରଦୂଷିତ ସହର ହୋଇଛି, କିନ୍ତୁ ଆମ ରାଜ୍ୟର ଲୋକଙ୍କୁ ନ୍ୟାୟ ମିଳୁନାହିଁ ।

ଆମ ଦଳର ଦାବୀ ହେଲା
୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍,
କୃଷି ପାଇଁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ୍,
ଆଗ୍ରିମ ଦେୟ ବ୍ୟବସ୍ଥା ପ୍ରତ୍ୟାହାର, ଗ୍ରାହକଙ୍କ ବିଶ୍ବାସ ନହେବା ପର୍ଯ୍ୟନ୍ତ ସ୍ମାର୍ଟ୍ ମିଟର ବ୍ୟବହାର ବନ୍ଦ କରାଯିବା l ନଚେତ୍ କଂଗ୍ରେସ ଗରିବ ଓ ଶୋଷିତ ଜନତାଙ୍କ ଅଧିକାର ଓ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ । ପୁଣି ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ଚା ଖଟିରେ ବିଜୁଳି ଚର୍ଚ୍ଚା ରାଜ୍ୟର ଘରେ ଘରେ, ହୋଟେଲ, ପୁରପଲ୍ଲୀ ସବୁଠି ହେବାର ଆବଶ୍ୟକତା ରହିଛି l ଏଭଳି ଏକ ରଚନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକଙ୍କୁ ସାଧୁବାଦ l ବିଜୁଳି ବର୍ତ୍ତମାନ ଲୋକଙ୍କ ଏକ ଦୈନନ୍ଦିନ ମୌଳିକ ଆବଶ୍ୟକତା, ସାଧାରଣ ଜନତା ତଥା କୃଷକଙ୍କୁ କମ୍ପାନୀ ଓ ସରକାରଙ୍କ ଶୋଷଣ ବିରୁଦ୍ଧରେ ଆଜି ମୁଁ କେବଳ ପିସିସି ସଭାପତି ହିସାବରେ ନୁହେଁ ବରଂ ଏକ ସଚେତନ ନାଗରିକ ଓ ସଂଘର୍ଷଶୀଳ ସମାଜସେବୀ ଭାବେ ଯୋଗ ଦେଇଛି ବୋଲି ଶ୍ରୀ ଦାସ ଚା ଖଟିରେ ଚର୍ଚ୍ଚା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking