ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨୩ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ । ତିନିଜଣ ଆହତ ହୋଇଛନ୍ତି । ବେଙ୍ଗାଲୁରୁର କୁଣ୍ଡଲାହାଲ୍ଲୀରେ ଗେଷ୍ଟ ହାଉସରେ ତଳ ମହଲାରେ ସୋମବାର ବିଳମ୍ବିତ ରାତିରେ ଘଟିଛି । ଘରୁ ନିଆଁ ଏବଂ ଧୂଆଁ ବାହାରିବାରୁ ଲୋକମାନେ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।










