ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଉମରେଡ୍ ସହରରେ ଚାଞ୍ଚଲ୍ୟ । ଜଣେ ମଦ୍ୟପ ଯୁବକ ତାଙ୍କ ପଡୋଶୀରେ ରହୁଥିବା ମାଆ ଏବଂ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ମୃତକଙ୍କୁ ପାର୍ବତା ଶଙ୍କର ଫୁକତ (୬୫) ଏବଂ ତାଙ୍କ ଝିଅ ସଙ୍ଗୀତା ବସନ୍ତ ରିଠେ (୪୦) ବୋଲି ଚିହ୍ନଟ କରାଯାଇଛି । ଗିରଫ ଯୁବକ ଜଣକ ଦେଉଛନ୍ତି ନିତେଶ କିଶନ ଠାକରେ (୩୧) । ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ଗଙ୍ଗାପୁର କେନାଲ ଅଞ୍ଚଳରେ ନିଶାସକ୍ତ ଯୁବକ ଜଣକ ଏକ ସାମାନ୍ୟ କଥାକୁ ନେଇ ପାର୍ବତା ଫୁକତଙ୍କ ସହ ଯୁକ୍ତିତର୍କ କରିଥିଲେ । ବିବାଦ ପରେ ସେଠାରେ ଥିବା ଏକ କାଠ ବାଡିରେ ତାଙ୍କ ପଡୋଶୀରେ ରହୁଥିବା ଉଭୟ ମାଆ ଏବଂ ଝିଅଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିତେଶକୁ ଗିରଫ କରିଥିଲା । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










