ନୂଆଦିଲ୍ଲୀ: ଭିବି – ଜି ରାମ୍ ଜି ଆଇନ ପ୍ରତିବାଦରେ ବିକ୍ଷୋଭ କରିବ କଂଗ୍ରେସ। ସାରା ଦେଶରେ ବିକ୍ଷୋଭ କରିବା ନେଇ ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଘୋଷଣା । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ୫ ଜାନୁଆରୀ ୨୦୨୬ରୁ “ମନରେଗା ବଚାଓ” ଆନ୍ଦୋଳନ ଆରମ୍ଭ କରିବା ପାଇଁ ଏକ ସଂକଳ୍ପ ନେଇଛୁ। ସଡକଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ। ଖଡ୍ଗେ ଆହୁରି କହିଛନ୍ତି ଯେ ସଂସଦର ଶୀତକାଳୀନ ଅଧିବେଶନରେ ମନରେଗାକୁ ଉଚ୍ଛେଦ କରି, ମୋଦି ସରକାର ଲକ୍ଷ ଲକ୍ଷ ଗରିବ ଏବଂ ଦୁର୍ବଳ ଲୋକଙ୍କୁ ନିଃସହାୟ କରିଦେଇଛନ୍ତି। ଗରିବଙ୍କ ପେଟରେ ଲାତ ମାରିବା ସହିତ, ମୋଦି ସରକାର ସେମାନଙ୍କ ପିଠିରେ ଛୁରୀ ମାରିଛନ୍ତି। ମନରେଗାକୁ ଉଚ୍ଛେଦ କରିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ। ବିନା ପରାମର୍ଶରେ ଏକପାଖିଆ ନିଷ୍ପତ୍ତି ଭିବି – ଜି ରାମ୍ ଜି ଆଇନ।










