26.1 C
Bhubaneswar
Thursday, December 25, 2025
Homeଓଡିଶାବ୍ରିଜରୁ ଖସିଲା ବାଇକ୍‌: ୨ ମୃତ, ୨ଗୁରୁତର

ବ୍ରିଜରୁ ଖସିଲା ବାଇକ୍‌: ୨ ମୃତ, ୨ଗୁରୁତର

ନୂଆପଡା: ନୂଆପଡାରେ ଭୟଙ୍କର ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡିଲା ବାଇକ୍। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କୁ ବାବାଘାଟି ଗ୍ରାମର ଶୁଭା ହଂସ (୧୯) ଏବଂ ହାତୀସାରାର ହରିଶ୍ଚନ୍ଦ୍ର ପଟେଲ (୧୯) ବୋଲି ଚିହ୍ନଟ କରାଯାଇଛି। ଦୁର୍ଘଟଣାଟି କୋମନା ଥାନା ତରବୋଡ ନିକଟ ଡଙ୍ଗାଘାଟ ବ୍ରିଜ୍‌ରେ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ କୋମନାର ଧନୁଯାତ୍ରାରୁ ଚାରି ଜଣ ବନ୍ଧୁ ବାଇକ୍ ଯୋଗେ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାରବୋଡାରେ ଅନୁଷ୍ଠିତ ମହୋତ୍ସବରେ ଯୋଗ ଦେବା ପରେ, ସେମାନେ ଏକାଠି ଗୋଟିଏ ବାଇକ୍‌ରେ ଯାତ୍ରା ଆରମ୍ଭ କରିଥିଲେ। ବ୍ରିଜ୍ ନିକଟରେ ପହଞ୍ଚିବା ପରେ ସେମାନେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଏବଂ କୋମନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାରି ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବାବାଘାଟି ଅଞ୍ଚଳର ଦୁଇଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ। ପୋଲିସ ସୂଚନା ଅନୁସାରେ, ବାଇକରେ ଓଭରଲୋଡିଂ ଯୋଗୁଁ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଶିକାର ହୋଇଥିଲେ ଚାରି ବନ୍ଧୁ। ପୋଷ୍ଟମର୍ଟମ ପରେ, ଅଧିକାରୀମାନେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଅଧିକ ତଥ୍ୟ ପାଇଁ କୋମନା ପୋଲିସ ତଦନ୍ତ ଜାରି ରଖିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking