22.1 C
Bhubaneswar
Wednesday, December 24, 2025
Homeଦେଶ ବିଦେଶକିସ ଛାତ୍ର ହତ୍ୟା ମାମଲା: ବର୍ଷିଲେ ଏନଏଚଆରସି ସଦସ୍ୟ

କିସ ଛାତ୍ର ହତ୍ୟା ମାମଲା: ବର୍ଷିଲେ ଏନଏଚଆରସି ସଦସ୍ୟ

ନୂଆଦିଲ୍ଲୀ: କିସ ଛାତ୍ର ହତ୍ୟା ମାମଲାରେ ବର୍ଷିଲେ ଏନଏଚଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ । କହିଛନ୍ତି, ପୋଲିସ ରିପୋର୍ଟକୁ ଅପେକ୍ଷା କରିଛୁ, ୧୫ ଦିନ ସମୟ ଦିଆଯାଇଛି । ରିପୋର୍ଟ ଆସିବା ପରେ ଟିମ ପଠାଇବା ନେଇ ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ଶିକ୍ଷାନୁଷ୍ଠାନରେ ଲଗାତାର ଛାତ୍ର ମୃତ୍ୟୁ ଚିନ୍ତାର ବିଷୟ । ରାଜ୍ୟ ସରକାର ହାଇକୋର୍ଟଙ୍କୁ ବି ଅବଗତ କରିବା ଆବଶ୍ୟକ । ସୂଚନାଥାଉକି, ଆଜି କିସ ଛାତ୍ର ମୃତ୍ୟୁ ମାମଲାରେ ଆକ୍ସନ ଟେକେନ ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ । କିସରେ ପଢୁଥିବା କେନ୍ଦୁଝର ଛାତ୍ର ମୃତ୍ୟୁ ଘଟଣାକୁ ତଦନ୍ତ ପରିସରଭୁକ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ମୃତ ଛାତ୍ରଙ୍କ ପରିବାର ଲୋକେ ଏବଂ ପୋଲିସକୁ କିସ କର୍ତ୍ତୃପକ୍ଷ ଭ୍ରମିତ କରୁଥିବା ନେଇ ଅଭିଯୋଗ ରହିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking