18.1 C
Bhubaneswar
Tuesday, December 23, 2025
Homeଓଡିଶାଆନ୍ତଃକଲେଜ କ୍ରିକେଟ ସାଲେପୁର ଓ ମା ତାରିଣୀ କଲେଜ ବିଜୟୀ

ଆନ୍ତଃକଲେଜ କ୍ରିକେଟ ସାଲେପୁର ଓ ମା ତାରିଣୀ କଲେଜ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ମହାବିଦ୍ୟାଳୟ ଠାରେ ଚାଲୁଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ କଲେଜ କ୍ରିକେଟ ଟୁର୍ନାମେଣ୍ଟ ର ମଙ୍ଗଳବାର ଦିନ ଖେଳ ର ପ୍ରଥମ ମ୍ୟାଚ ସାଲେ ପୁର ଓ ଚିତ୍ତଳ କଲେଜ ମାଧ୍ୟ୍ୟରେ ହୋଇଥିଲା। ଟସ ରେ ବିଜୟୀ ହୋଇ ଚିତ୍ତଳ କଲେଜ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ। ନିର୍ଧାରିତ 15 ଓଭର ରେ ସମସ୍ତ ଉଇକେଟ ହରାଇ 56 ରନ କରିଥିଲେ। ସାଲେ ପୁର କଲେଜ 7.4 ଓଭର ରେ 5 ଉଇକେଟ ହରାଇ 57 ର ନ କରି 5 ଉଇକେଟ ରେ ବିଜୟୀ ହୋଇଥିଲେ. ସାଲେପୁର ର ଏମ. ଡି. ଆସିକି ଙ୍କୁ ତେଜ଼ ହୋଣ୍ଡା ତରଫରୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା. ଦ୍ୱିତୀୟ ମ୍ୟାଚ କେନ୍ଦ୍ରାପଡ଼ା ଓ ମା ତାରିଣୀ କଲେଜ ମାଧ୍ୟ୍ୟରେ ହୋଇଥିଲା. ଟସ ରେ ବିଜୟୀ ହୋଇ କେନ୍ଦ୍ରାପଡ଼ା ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ।ପାଣିକୋଇଲି ନିର୍ଧାରିତ 15 ଓଭର ରେ 5ଉଇକେଟ ହରାଇ 121 ର ନ କରିଥିଲେ। ଏହାର ଜବାବ ରେ କେନ୍ଦ୍ରାପଡ଼ା 15 ଓଭର ରେ 9ଉଇକେଟ ହରାଇ 88 ର ନ କରିଥିଲେ। ପାଣିକୋଇଲି ର ଏମ. ଡି. ସୋହେଲ ଙ୍କୁ ତେଜ଼ ହୋଣ୍ଡା ତରଫରୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଖେଳକୁ ପବିତ୍ର ମଲ୍ଲିକ. ଶୁଭମ ବିଶ୍ୱାଳ. କଳ୍ପତରୁ ପରିଡା ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking