ଗଞ୍ଜାମ: ବ୍ରହ୍ମପୁର ନିମଖଣ୍ଡି ଥନା ଅନ୍ତର୍ଗତ ବୋରିଗାଁର ବଡବନ୍ଧ ସାହିରେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର ହୋଇଛନ୍ତି । ଚାରୋଟି ଘରର ଭାଙ୍ଗିଲା କାନ୍ଥ । ବଡବନ୍ଧ ସାହିର ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ଗୁରୁତର ଆହତ ହୋଇଥିଲେ ପ୍ରଫୁଲ୍ଲ । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରଫୁଲ୍ଲଙ୍କ ଘରେ ବହୁ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ପ୍ରଫୁଲ୍ଲଙ୍କ ଘର ସମେତ ୪ଟି ଘରର କାନ୍ଥ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅଗ୍ନିଶଷମ ବିଭାଗ , ନିମଖଣ୍ଡି ଥାନା ପୋଲିସ ଓ ସ୍ଥାନୀୟ ବାସିନ୍ଦା ପ୍ରପୁଲ୍ଲଙ୍କୁ ଉଦ୍ଧାର କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟିଥିଲା ।










