ଭୁବନେଶ୍ୱର: ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ୧୫ ପ୍ଲାଟୁନ ଫୋର୍ସ ରହିବେ । ଏନେଇ ପ୍ରେସମିଟରେ ସୂଚନା ଦେଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ନିର୍ଦ୍ଦିଷ୍ଟ ସମୟ ଭିତରେ ଜିରୋ ନାଇଟ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧା ପୋଷାକରେ ପୋଲିସ ସମସ୍ତଙ୍କ ଉପରେ ନଜର ରଖିବେ । ଦିନକ ପରେ ବଡ ଦିନ । ସଜେଇ ହେଲାଣି ଚର୍ଚ୍ଚ । ଏହାସହିତ ଚାରିଆଡେ ସାଣ୍ଟା କ୍ଲଜ ବେଶରେ ଗିଫ୍ଟ ଦେଉଛନ୍ତି ଲୋକେ ।










