26.1 C
Bhubaneswar
Tuesday, December 23, 2025
Homeଦେଶ ବିଦେଶବାଂଲାଦେଶ ହିଂସା: ଦିଲ୍ଲୀରେ ବିକ୍ଷୋଭ

ବାଂଲାଦେଶ ହିଂସା: ଦିଲ୍ଲୀରେ ବିକ୍ଷୋଭ

ନୂଆଦିଲ୍ଲୀ: ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ଦିଲ୍ଲୀରେ ପ୍ରତିବାଦ କରିଛନ୍ତି । ବାଂଲାଦେଶ ହାଇକମିଶନ ବାହାରେ ଉତ୍ତେଜନା ସୃଷ୍ଟି କରିଛନ୍ତି ବିକ୍ଷୋଭକାରୀ । ପୀଡିତାଙ୍କ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ସାକଳ ୧୧ଟାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏତିକି ବେଳେ ବାଂଲାଦେଶରେ ଫସି ରହିଥିବା ଭାରତୀୟ ନାଗରିକ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରୁଛି । ଘଟଣାସ୍ଥଳରେ ପ୍ଲାଟୁନ ଫୋର୍ସ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଏହି ସମୟରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ହାଇକମିଶନରଙ୍କୁ ସମନ କରିଛି । ଡିସେମ୍ବର ୨୨, ୨୦୨୫ରେ, ହିନ୍ଦୁ ସଂଗଠନ ଏବଂ ସଂଖ୍ୟାଲଘୁ ଗୋଷ୍ଠୀଗୁଡ଼ିକ ଦୀପୁର ହତ୍ୟା ବିରୋଧରେ ବାଂଲାଦେଶର ଢାକାରେ ଜାତୀୟ ପ୍ରେସ୍ କ୍ଲବ ସମ୍ମୁଖରେ ପ୍ରତିବାଦ କରିଥିଲେ। ପ୍ରତିବାଦକାରୀମାନେ କହିଥିଲେ ଯେ ଦୀପୁ ନିର୍ଦ୍ଦୋଷ ଥିଲେ ଏବଂ ତାଙ୍କ ଉପରେ ଧର୍ମ ନିନ୍ଦାର ମିଥ୍ୟା ଅଭିଯୋଗ ଆସିଥିଲା। ତା’ପରେ ମୌଳବାଦୀମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ, ଗଛରେ ଝୁଲାଇ ଦେଇଥିଲେ ଏବଂ ଜୀବନ୍ତ ଜାଳି ଦେଇଥିଲେ। ପ୍ରଦର୍ଶନକାରୀମାନେ କହିଛନ୍ତି ଯେ ବାଂଲାଦେଶର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking