ଗଜପତି: ସମସ୍ୟାର ସମାଧାନ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଚନ୍ଦନ ଖଳା ନିକଟରେ ଦୀର୍ଘ ସମୟ ଧରି ୩୨୬ ଏ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି । ୫୦୦ ମିଟର ଘରୋଇ ଜମି ସରକାରଙ୍କୁ ଦାନ କରିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣରେ ଅବହେଳା କରୁଥିବା କରିଛନ୍ତି ଆନ୍ଦୋଳନକାରୀ । ଏହି ରାସ୍ତା ନିର୍ମାଣ ହେଲେ ୫ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ । ରାସ୍ତା ନିର୍ମାଣର ପ୍ରତିଶ୍ରୁତି ପରେ ହିଁ ଅବରୋଧ ହଟିବ ବୋଲି ଏକା ଜିଦରେ ଏକା ଜିଦରେ ଅବରୋଧ କରି ରଖିଛନ୍ତି । ଫଳରେ ଶହ ଶହ ଗାଡି ମଟର ଉଭୟ ପାଶ୍ୱର୍ରେ ଅଟକି ରହିଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଗୁରାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।










