18.1 C
Bhubaneswar
Friday, December 19, 2025
Homeଓଡିଶାବ୍ୟାସନଗରରେ ଉଦଘାଟନ ହେଲା ଖିମଜୀ ଜୁଏଲର୍ସ ଶୋରୁମ

ବ୍ୟାସନଗରରେ ଉଦଘାଟନ ହେଲା ଖିମଜୀ ଜୁଏଲର୍ସ ଶୋରୁମ

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡର ସବୁଠାରୁ ବଡ଼ ଜୁଏଲରୀ ଶୋରୁମ୍ ।ଏହି ଭବ୍ୟ ନୂଆ ୬୦୦୦ ବର୍ଗଫୁଟ ଷ୍ଟୋର୍ ଖିମଜୀ ଜୁଏଲର୍ସର ୯୦ ବର୍ଷର କାରିଗରୀ ଓ ଉତ୍କର୍ଷତାର ଆଉ ଏକ ମାଇଲଖୁଂଟ।ଓଡ଼ିଶାର ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ୍ ଖିମଜୀ ଜୁଏଲର୍ସ ଏବେ ଯାଜପୁର ରୋଡ୍‌ରେ ଏହାର ଭବ୍ୟ ୬୦୦୦ ବର୍ଗଫୁଟ ଶୋରୁମ୍ ଖୋଲୁଛି । ପଙ୍କଜ ହୋଟେଲ ନିକଟସ୍ଥ ବ୍ୟାଙ୍କ ଷ୍ଟ୍ରିଟ୍ ରୋଡ୍‌ରେ ଅବସ୍ଥିତ ଏହି ଶୋରୁମ ଯାଜପୁର ରୋଡ୍‌ର ସବୁଠାରୁ ବଡ଼ ଜୁଏଲରୀ ଶୋରୁମ୍ ଏବଂ ବ୍ରାଣ୍ଡ୍‌ର ଓଡ଼ିଶାରେ ୧୧ତମ ଶୋରୁମ୍ । ଏଠାରେ ସୁନା, ହୀରା, ପ୍ଲାଟିନମ୍ ଓ ରୂପା ଗହଣାର ବିଶାଳ ଓ ଅସାଧାରଣ ସଂଗ୍ରହ ସହିତ ବିଭିନ୍ନ ପ୍ରକାରର ଫ୍ୟାଶନ ଗହଣା ଏବଂ କର୍ପୋରେଟ୍ ଉପହାର ସାମଗ୍ରୀ ବିକଳ୍ପମାନ ଉପଲବ୍ଧ ।ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିତେଶ ଖିମଜୀ, ନିର୍ଦ୍ଦେଶକ ଶ୍ରୀ ସୁମୀତ ଖିମଜୀ, ଖିମଜୀ ପରିବାରର ସଦସ୍ୟମାନେ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।ଆଧୁନିକ ଡିଜାଇନ୍ ଓ ଭବ୍ୟ ପରିବେଶ ସହିତ ଏହି ଶୋରୁମ୍‌କୁ ଯତ୍ନରେ ଡିଜାଇନ୍ କରାଯାଇଛି ଯାହା ଗ୍ରାହକମାନଙ୍କୁ ଏକ ଅବିସ୍ମରଣୀୟଗହଣା କିଣା ଅନୁଭୂତି ପ୍ରଦାନ କରିବ । ଷ୍ଟୋର୍ ଲେଆଉଟ୍ ଗ୍ରାହକମାନଙ୍କୁ ଖିମଜୀ ଜୁଏଲର୍ସର ଅସାଧାରଣ କାରିଗରୀ ଅନ୍ୱେଷଣ କରିବାର ସୁଯୋଗ ଦେଇଥାଏ ଯାହା କାଳଜୟୀ ସୁନା ଓ ହୀରା ଗହଣାରୁ ଆରମ୍ଭ କରି ନୂଆ ରୂପା ଓ ଫ୍ୟାଶନ ଗହଣା ପର୍ଯ୍ୟନ୍ତ ରହିଛି । ଏହି ଷ୍ଟୋର୍ କର୍ପୋରେଟ୍ ଉପହାରର ବଢ଼ୁଥିବା ଚାହିଦାକୁ ମଧ୍ୟ ପୂରଣ କରିବ ଏବଂ କର୍ପୋରେଟ୍ କ୍ଲାଏଂଟମାନଙ୍କ ପାଇଁ ଅନନ୍ୟ ଓ ବେସ୍ପୋକ୍ ଉତ୍ପାଦ ପ୍ରଦାନ କରିବ ।

ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ଶ୍ରୀ ମିତେଶ ଖିମଜୀ କହିଛନ୍ତି ଯେ, “ଯାଜପୁର ରୋଡ୍ ଦୀର୍ଘ କାଳରୁ ଓଡ଼ିଶାର ଶିଳ୍ପ ବିକାଶର କେନ୍ଦ୍ରବିନ୍ଦୁ ରହିଛି ଏବଂ ଆଜି ଏହା ଉଦୀୟମାନ ଆକାଂକ୍ଷା ଓ ବିକଶିତ ଜୀବନଶୈଳୀର ଏକ ପ୍ରମୁଖ ସ୍ଥାନ । ଖିମଜୀ ଜୁଏଲର୍ସରେ ଆମେ ଏହାକୁ ଯାଜପୁର ରୋଡ୍‌ର ଅଗ୍ରଗତିର ଯାତ୍ରାରେ ଯୋଗ ଦେବାର ଉଯୁକ୍ତ ସମୟ ଭାବି ଦେଖୁଛୁ । ଆମର ନୂଆ ଶୋରୁମ୍ ମାଧ୍ୟମରେ ଆମେ ଗ୍ରାହକମାନଙ୍କୁ କେବଳ ଆମର ବିଶ୍ୱାସ ଓ କାରିଗରୀର ଐତିହ୍ୟ ନୁହେଁ ବରଂ ସେମାନଙ୍କ ଆଧୁନିକ ଓ ପ୍ରିମିୟମ୍ ଜୀବନଶୈଳୀର ଆକାଂକ୍ଷା ସହିତ ମିଶୁଥିବା ଡିଜାଇନ୍ ମଧ୍ୟ ଆଣିବୁ । ଏହି ବିସ୍ତାର ଯାଜପୁର ରୋଡ୍‌ର ଗତିଶୀଳତାର ଉତ୍ସବ ଏବଂ ଓଡ଼ିଶା ଭରରେ ବିଚକ୍ଷଣ ଗ୍ରାହକମାନଙ୍କୁ ସେବା କରିବାର ଖିମଜୀର ପ୍ରତିବଦ୍ଧତାର ଏକ ପଦକ୍ଷେପ ।’’

ନୂଆ ଶୋରୁମର ଶୁଭାରମ୍ଭ ପୂର୍ବରୁ ବିଶେଷ ଉଦଘାଟନୀ ଅଫର୍ ଘୋଷଣା କରାଯାଇଛି । ଗ୍ରାହକମାନେ ସୁନା ଗହଣାର ନିର୍ମାଣ ଶୁଳ୍କରେ ଫ୍ଲାଟ୍ ୫୦% ରିହାତି଼, ହୀରାରେ ୨୦% ପର୍ଯ୍ୟନ୍ତ ରିହାତି ରୂପା ଓଜନ ଆଇଟମ୍‌ର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୨୫% ରିହାତି, ରୂପା ଓ ଫ୍ୟାଶନ ଗହଣା ଏମଆରପି ଆଇଟମ୍‌ରେ ଫ୍ଲାଟ୍ ୧୫% ରିହାତି ଏବଂ ଆର୍ଟିଫ୍ୟାକ୍ଟସ୍‌ରେ ଫ୍ଲାଟ୍ ୧୦% ରିହାତି ପାଇପାରିବେ ।
୧୯୩୬ ମସିହାରୁ ବିଶ୍ୱାସ ଓ ଉତ୍କର୍ଷତାର ଐତିହ୍ୟ ସହିତ ଖିମଜୀ ଜୁଏଲର୍ସ ଦୂରଦୃଷ୍ଟା ଶ୍ରୀ ଖିମଜୀ ଦୟାଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଯାହା ନବେ ଦଶକ ଧରି ଗହଣା ଅନୁଭବକୁ ନୂଆ ରୂପ ଦେଇଆସୁଛି । ଭୁବନେଶ୍ୱର (ଚାରିଟି ଶୋରୁମ୍‌), କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ଝାରସୁଗୁଡ଼ା, ଅନୁଗୁଳ ଏବଂ ଏବେ ଯାଜପୁର ରୋଡ୍‌ରେ ଶୋରୁମ୍ ସହିତ ଖିମଜୀ ଜୁଏଲର୍ସ ଓଡ଼ିଶା ଓ ତା’ ବାହାରେ ଏକ ପରିବାର ନାମ ଭାବେ ନିଜର ଉପସ୍ଥିତିକୁ ଦୃଢ଼ କରି ପ୍ରତ୍ୟେକ ଦ୍ୱାରଦେଶରେ ସୌନ୍ଦର୍ଯ୍ୟ, ପରମ୍ପରା ଓ କାଳଜୟୀ ଡିଜାଇନ୍ ପହଂଚାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking