18.1 C
Bhubaneswar
Friday, December 19, 2025
Homeଓଡିଶାବ୍ରେକ ଫେଲ ହେବାରୁ ୮ଟି ବାଇକକୁ ଧକ୍କା ଦେଲା ଟ୍ରକ୍

ବ୍ରେକ ଫେଲ ହେବାରୁ ୮ଟି ବାଇକକୁ ଧକ୍କା ଦେଲା ଟ୍ରକ୍

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ୨୬ ନମ୍ୱର୍ ଜାତୀୟ ରାଜପଥର ଆଂଚଳିକ ପରିବହନ କାର୍ଯ୍ୟଳୟ ନିକଟରେ ଆଲିସନ ହୋଟେଲ ଡାଉନ ନିକଟରେ ବଡ଼ ଦୁର୍ଘଟଣା। ଟ୍ରକର ବ୍ରେକ ଫେଲ ହେଇଥିବାରୁ ଟ୍ରକ ଆଗରେ ଯାଉଥିବା ଦୁଇଟି ଚାରି ଚକିଆ ପିକଅପ ଗାଡ଼ିକୁ ଧକ୍କା ଦେବା ସହ ଆଠଟି ବାଇକକୁ ଧକ୍କା ଦେଇଥିଲା ଟ୍ରକ୍।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ୍ ପୋଲ ବି ଛିଣ୍ଡିପଡ଼ିଲା। ଏଟିଏମ ଭ୍ୟାନ ଓଲଟିପଡ଼ିଲା। ଚାରି ଚକିଆ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲ୍ ରେ ଭର୍ତି କରାଯାଇଛି। ଆଠଟି ଯାକ ବାଇକ୍ ଭାଙ୍ଗି ଚୁରମାର୍ ହୋଇଯାଇଛି। ଘଟଣା ସ୍ଥଳରେ କୋରାପୁଟ ସଦର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଜାତୀୟ ରାଜପଥକୁ ସ୍ଵାଭାବିକ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking