32.7 C
Bhubaneswar
Saturday, June 27, 2026
Homeଓଡିଶାନବୀନଙ୍କୁ ଭେଟିଲେ ଶେରଗଡ଼ ଜନସାଧାରଣ ଓ ବିଜେଡି କର୍ମୀ

ନବୀନଙ୍କୁ ଭେଟିଲେ ଶେରଗଡ଼ ଜନସାଧାରଣ ଓ ବିଜେଡି କର୍ମୀ

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଶେରଗଡ଼ ବ୍ଲକ ର ଜନ ସାଧାରଣ ଓ ବିଜୁ ଜନତା ଦଳ ର ନେତା ଏବଂ କର୍ମୀ ମାନେ ଆଜି ପୂର୍ବାହ୍ନ ରେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଶେରଗଡ଼ ବ୍ଲକ ରେ ବିକାଶ କାମରେ ସରକାରୀ ଉଦାସୀନତା ଓ ଆଇନ ଶୃଙ୍ଖଳା ଅଧିକାରୀ ଦଳୀୟ ମନୋଭାବ ନେଇ ବିଜେଡି କର୍ମୀ ମାନଙ୍କୁ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ କରିଥିଲେ ।ଜିଲ୍ଲା ପୋଲିସ ପ୍ରଶାସନ ଦଳୀୟ ଭିତ୍ତି ରେ କାମ କରୁଥିବା ଓ ବିଜେଡି କର୍ମୀ ମାନଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ ।ସରକାରୀ ଉଦାସୀନତା ଯୋଗୁଁ ବିକାଶ କାମ ଅଧାପନ୍ତରିଆ ପଡ଼ିଥିବା,ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଉନଥିବା ,କେତେକ ସ୍କୁଲରେ ବିଦ୍ୟୁତ ସଂଯୋଗ ଦିଆଯାଉ ନ ଥିବା ଯୋଗୁଁ ଶିକ୍ଷଦାନ ରେ ଅବନତି ହେଉଥିବା ନେଇ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଧାନ ସଂଗ୍ରହ ରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଶ୍ରୀ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥଲେ ।ଡାକ୍ତର ଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଶେରଗଡ଼ ବାହାରକୁ ମନଇଛା ବଦଳି କରାଯାଉ ଥିବା ଓ ଖାଲି ପଦବୀ ପୂରଣ କରା ନ ଯାଉଥିବାରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି ।ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟ ରେ ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ହିତାଧିକାରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କ ରେ ସେମାନେ ଶ୍ରୀ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏଭଳି ପ୍ରଶାସନିକ ଉଦାସୀନତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏ ବିଷୟ ରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିଲେ ।ଏହି ଆଲୋଚନା ସମୟ ରେ ବିରୋଧୀ ଦଳ ନେତା ଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ସମେତ ଶେରଗଡ଼ ର. ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ଓ ଅନ୍ୟ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking