ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ । ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଆଶୀର୍ବାଦ – ୯୪୫ ନାମକ ଆଇଡି ବ୍ୟବହାର କରୁଥିବା ବ୍ୟକ୍ତି ଫଟୋ କରିଛନ୍ତି ଭାଇରାଲ । ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ । ଅତି ନିକଟରୁ ଫୋଟ ନିଆଯାଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଲେ ତାହାର ତଦନ୍ତ ଦାବି ହଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।










