21.1 C
Bhubaneswar
Monday, February 2, 2026
Homeଓଡିଶାଜାଡରେ ଥରୁଛି ରାଜ୍ୟ

ଜାଡରେ ଥରୁଛି ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଜି. ଉଦୟଗିରିରେ ରାତି ପାରଦ ତାରମାତ୍ରା ସାମାନ୍ୟ ବଢିଛି । ୩ ଡିଗ୍ରୀକୁ ଖସିଥିବା ପାରଦ ୫ ଡିଗ୍ରୀକୁ ଉଠିଛି । ଏବେ ବି ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେହିପରି ଭବାନୀପାଟନାରେ ୯.୨ ଡିଗ୍ରୀ ଅନୁଗୁଳରେ ୯.୬ ଡିଗ୍ରୀ ଓ ଝାରସୁଗୁଡାରେ ୯.୮ ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ପୁରୀକୁ ଛାଡିଦେଲେ ଅବଶିଷ୍ଟ ଓଡିଶାର ତାପମାତ୍ରା ୧୫ ଡିଗ୍ରୀ ପାଖକୁ ରହିଛି । ଦ୍ୱୈତନଗରୀର ରାତି ତାପମାତ୍ରା ସମାନ ରହିଛି । ୧୨.୬ ଡିଗ୍ରୀ ରାତି ତାପମାତ୍ରାରେ ଦ୍ୱୈତନଗରବାସୀ ଅସ୍ତବ୍ୟସ୍ତ ହେଉଛନ୍ତି । ଅନ୍ୟପଟେ ଏହି ଥଣ୍ଡାରୁ ଏବେ ମୁକ୍ତି ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଭୁବନେଶ୍ୱରରେ ମଧ୍ୟ ଅସମ୍ଭାଳ ଶୀତ । ସକାଳୁ ସକାଳୁ କିଛି ସ୍ଥାନରେ କୁହୁଡି ଦେଖିବାକୁ ମିଳିଥିବା ବେଳେ ଥଣ୍ଡା ଗତକାଲି ଅପେକ୍ଷା ସାମାନ୍ୟ କମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking