17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶନୀତିନ ନବୀନ ବିଜେପି କାର୍ଯକାରୀ ସଭାପତି

ନୀତିନ ନବୀନ ବିଜେପି କାର୍ଯକାରୀ ସଭାପତି

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି। ନୀତିନ ନବୀନ ହେଲେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି। ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁରେ ମୋହର। ବିହାର ସରକାରରେ ମନ୍ତ୍ରୀ ଅଛନ୍ତି ନୀତିନ ନବୀନ। ୪୫ ବର୍ଷୀୟ ନୀତିନ ନବୀନ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦଳର ନୂତନ ନେତା ଭାବରେ ଜେପି ନଡ୍ଡାଙ୍କ ସ୍ଥାନ ନେବେ। ବିଜେପିର ଜାତୀୟ ସାଧାରଣ ସମ୍ପାଦକଙ୍କ ଦ୍ୱାରା ଜାରି ଏକ ଚିଠିରେ କୁହାଯାଇଛି, “ଭାରତୀୟ ଜନତା ଦଳର ସଂସଦୀୟ ବୋର୍ଡ ବିହାର ସରକାରଙ୍କ ମନ୍ତ୍ରୀ ନୀତିନ ନବୀନଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଛି।” ବିହାରରେ ରାସ୍ତା ନିର୍ମାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ନୀତିନ ନବୀନଙ୍କୁ ଜାତୀୟ ସ୍ତରରେ ଏହି ନୂତନ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଜେପି ନଡ୍ଡା ବି କାର୍ଯ୍ୟକାରୀ ସଭାପତିରୁ ରାଷ୍ଠ୍ରୀୟ ସଭାପତି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking