19.1 C
Bhubaneswar
Sunday, December 14, 2025
Homeଓଡିଶାଏମ୍‌ଭି ୨୬ ପୋଡାଜଳା: ପୁଣି ୬ ଗିରଫ

ଏମ୍‌ଭି ୨୬ ପୋଡାଜଳା: ପୁଣି ୬ ଗିରଫ

ମାଲକାନଗିରି: ଏମ୍‌ଭି ୨୬ ପୋଡାଜଳା ଘଟଣାରେ ପୁଣି ୬ ଗିରଫ । ଏହି ଘଟଣାରେ ଗତକାଲି ୯ ଗିରଫ ହୋଇଥିଲେ । ଆଜିର ଗିରଫଦାରୀ ସହ ଗିରଫ ସଂଖ୍ୟା ୧୫ରେ ରହଞ୍ଚିଛି । ସୂଚନାଯାଗ୍ୟ,ଡିସେମ୍ବର ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଏମ୍‌ଭି ୨୬ ଏବଂ ରାଖେଲଗୁଡା ମଧ୍ୟରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା । ଏହା ନିୟନ୍ତ୍ରଣ ବାହାରେ ଯିବା ପରେ ବିଏନଏସଏସ ଧାରା ୧୬୩ ଲାଗୁ କରିବା ସହ ଇଣ୍ଟରନେଟ୍ କଟକଣା ଲାଗୁ କରାଯାଇଥଲା । ବିବାଦ ଓ କଟକଣା ମଧ୍ୟରେ ନିକଟରେ ମୃତ ମହିଳାଙ୍କ ମୁଣ୍ଡ ଉଦ୍ଧାର କରିଥିଲା ପୋଲିସ । ଏହା ପରେ ମଧ୍ୟ ଏପର୍ଯ୍ୟନ୍ତ ମାଲକାନଗିରିରେ ସ୍ଥିତି ସ୍ୱଭାବିକ ହୋଇନାହିଁ । ଗତାକାଲି ଜିଲ୍ଲା ପ୍ରଶାସନ ୧୬୩ ହଟାଇବା ସହ କଟକଣାକୁ ଆସନ୍ତାକାଲି ୧୨ଟା ଯାଏଁ ବଳବତ୍ତର ରଖିଛନ୍ତି । ମହିଳାଙ୍କ ହତ୍ୟାକୁ କେନ୍ଦ୍ର କରି ଗାଁରେ ଘଟିଥିବା ହିଂସା ଏବଂ ପରବର୍ତ୍ତୀ ସମୟରେ ଶାନ୍ତି ଏବଂ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରଶାସନ ଏବଂ ପୋଲିସର ପ୍ରୟାସ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking