21.1 C
Bhubaneswar
Sunday, February 8, 2026
Homeଓଡିଶାବରିଷ୍ଠ ନାଗରିକଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ରକ୍ତଦାନ

ବରିଷ୍ଠ ନାଗରିକଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ରକ୍ତଦାନ

ଯାଜପୁର: ଯାଜପୁର ସଦର ବରୁଆଁଠାରେ ଯାଜପୁର ସେବା ସଦନ ଓ ଲାୟନ୍ସ କ୍ଳବର ମିଳିତ ଆନୁକୁଲ୍ୟରେ ବରିଷ୍ଟ ନାଗରିକଙ୍କ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ଗଦାଧର ରାଉତଙ୍କ ସଭାପତିତ୍ୱରେ ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧକ୍ଷ ସୀତାରାମ ମହାପାତ୍ର ଫିତା କାଟି ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର,ଲାୟନ୍ସ କ୍ଳବ ଇଣ୍ଟର ଅଶୋକ କୁମାର ମହାନ୍ତି, ସଭାପତି ଯାଜପୁର ସେବା ସଦନ ସମର ବିଜୟ ଶରଣ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କମାନେ କିପରି ସୁସ୍ଥ ରହିପାରିବ ସେ ବିଷୟରେ ଏକ ଆଲୋଚନା କରାଯାଇଥିଲା। ବରିଷ୍ଠ ନାଗରିକମାନେ କିପରି ପ୍ରତିଦିନ ଦୈନଦିନ ବ୍ୟାୟାମ,ସୁ ବିଚାର, ସଦାଚାରି ଖାଦ୍ୟ, ଶ୍ରମ ଯୁକ୍ତ ବିଶ୍ରାମ ନେବା ବିଷୟରେ ବର୍ଣ୍ଣନା କରାଯାଇଥିଲା। ପରେ ଏହି ଶିବିର ରେ ବରିଷ୍ଠ ବିଶେଷଜ୍ଞ ଡାକ୍ତର ମାନେ ଯୋଗ ଦେଇ ସ୍ଥାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଅବସର ରେ ସ୍ଥାନୀୟ ଅଞ୍ଚଳ ର ବହୁ ଯୁବକ ଓ ଲାୟନ୍ସ କ୍ଳବର ସଦସ୍ୟ ମାନେ ରକ୍ତଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking