27.1 C
Bhubaneswar
Wednesday, December 10, 2025
Homeଓଡିଶାନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ୬ ବର୍ଷର ଝିଅକୁ ଦୁଷ୍କର୍ମ । ଏଭଳି ଘଟଣା  ଗୁଜୁରାଟର ରାଜଘୋଟରେ ଘଟିଛି । ଜଣେ ଶ୍ରମିକଙ୍କ ୬ ବର୍ଷର ଝିଅ  କ୍ଷେତରେ  ଖେଳୁଥିଲା । ଜଣେ ଅଜଣା ଲୋକ ଆସି ଛୁଆଟିକୁ ସେହି ସ୍ଥାନରୁ ଏକ ନିର୍ଜନ ସ୍ଥାନକୁ  ନେଇ ଦୁଷ୍କର୍ମ କରିଥିଲା । ଝିଅଟି ଚିତ୍କାର କରିବାକୁ  କ୍ରୋଧିତ ହୋଇ  ଅଭିଯୁକ୍ତ ଲୁହା ରଡରେ ଆକ୍ରମଣ କରିଥିଲା ।  ଏଭଳି ଗୁରୁତର ଅବସ୍ଥାରେ ଝିଅଟିକୁ ଏକୁଟିଆ ଛାଡି   ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।  ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ଷେତରୁ ପାଇଥିଲେ । ଝିଅଟିକୁ ତୁରନ୍ତ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ ।  ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପରିବାର ଲୋକେ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ।ଧାରରେ  ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି  ଅଞ୍ଚଳରେ ଲୋକମାନେ ପଚରାଉଚରା କରୁଛି । ସିସିଟିଭି ଫୁଟେଜ ଯାଞ୍ଚ କରି,  ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପୋଲିସ ଗିରଫ କରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking