ଭୁବନେଶ୍ୱର: ଶୀତ ଲହରୀ ରେ ଥରୁଛି ଓଡିଶା । ଗତ ୨୪ ଘଣ୍ଟାରେ ର୍ୟାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଓଡିଶାର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି । ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଶୀତ ଲହରୀ ଜାରି ହୋଇଛି । ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଲାଗି ରହିବ । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର- ପଶ୍ଚିମ ଦିଗରୁ ଥଣ୍ଡା, ଶୁଷ୍କ ପବନ ବହିବା ଯୋଗୁଁ ଶୀତ ଲହରୀ ଜାରି ରହିଛି । ଉତ୍ତର- ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ ସେଲସିୟସ କମ ଥିବା ବେଳେ ଦକ୍ଷିଣ ଓଡିଶାରେ ତାପମାତ୍ରା ସ୍ୱାଭବିକଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ କମ ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଡିସେମ୍ବର ୧୩ ପରେ ଶୀତ ଲହରୀ କମିବ ।










