28.1 C
Bhubaneswar
Tuesday, February 3, 2026
Homeଓଡିଶାଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ: ମନ୍ତ୍ରୀ

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ: ମନ୍ତ୍ରୀ

ରାଉରକେଲା: ଆଇଜିଏଚ୍‌ରେ ପୀଡିତାଙ୍କୁ ଭୋଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପରିବାର ସଦସ୍ୟଙ୍କ ସହ ଭେଟିଲା ପରେ ରଖିଲେ ପ୍ରତିକ୍ରିୟା। ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି। ଆବଶ୍ୟକ ପଡିଲେ ଏୟାରଲିଫ୍ଟ କରାଯିବ। ଭୁବନେଶ୍ୱର ଏମ୍ସ କିମ୍ବା ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ। ରାଇରଙ୍ଗପୁର ଲାଞ୍ଜିବେରନାର ଛାତ୍ରୀ ପୋଡି ହୋଇ ଗୁରୁତର ଅଛନ୍ତି। ସୂଚନାଯୋଗ୍ୟ, ଲାଞ୍ଜିବେର୍ଣ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀ ଗତକାଲି ଭୋର ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ରାଜଗାଙ୍ଗପୁରସ୍ଥିତ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ବୋଲି ସୂଚନା ରହିଛି। ଯୁବତୀଙ୍କ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥିତ ଆରଜିଏଚରେ ଚିକିତ୍ସା ଚାଲିଛିପୋଲିସ ଏହି ଘଟଣାରେ ଯୁବତୀଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି। ନାବାଳିକାର ପୂର୍ବରୁ ଜଣେ ବସ୍‌ କର୍ମଚାରୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ଶୁକ୍ରବାର କୌଣସି କଥାକୁ ନେଇ ମୋବାଇଲ୍‌ ଫୋନରେ କଥାବାର୍ତ୍ତା ସମୟରେ ଯୁକ୍ତିତର୍କ ହୋଇଥିଲା। ପୁରୁଷ ବନ୍ଧୁକୁ ରାଜଗାଙ୍ଗପୁର ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking