17.1 C
Bhubaneswar
Sunday, December 7, 2025
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ବୁମ୍‌ରା

ଭୁବନେଶ୍ୱରରେ ପହଞ୍ଚିଲେ ବୁମ୍‌ରା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର୍ ବୋଲର୍ ଯଶପ୍ରୀତ ବୁମ୍‌ରା। ବାରବାଟୀ ଟି-୨୦ ଖେଳିବାକୁ ଆଗୁଆ ଆସି ପହଞ୍ଚିଲେ । ବାରବାଟୀ ଟକ୍କର ପାଇଁ ଭୁବନେଶ୍ୱରରେ କ୍ରିକେଟର ପହଞ୍ଚିଛନ୍ତି। ଆସନ୍ତା ୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ହେବ ମ୍ୟାଚ୍। ତେବେ ଟି-୨୦ ମ୍ୟାଚ୍ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ କ୍ରିକେଟ୍ ଦଳର ସମସ୍ତ ଖେଳାଳି ଆଜି ସୁଦ୍ଧା ଓଡ଼ିଶାରେ ପହଞ୍ଚିଯିବେ ବୋଲି ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଡିସେମ୍ବର ୫ରେ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଅଲରାଉଣ୍ଡର ଭାରତୀୟ ବ୍ୟାଟସମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟା ଗତକାଲି ପହଞ୍ଚିଥିଲେ। ଏହି ସମୟରେ, ଉଭୟ ଦଳର ଅନ୍ୟ ଖେଳାଳିମାନେ ଆଜି ଭୁବନେଶ୍ୱରରେ ପହଞ୍ଚିବେ। ଖେଳାଳିମାନଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ବ୍ୟାପକ ପ୍ରସ୍ତୁତି କରିଛି ଏବଂ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିମାନଙ୍କୁ ବିମାନବନ୍ଦରରୁ ହୋଟେଲକୁ ଅଣାଯାଉଛି। ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ୱର ଶ୍ରେଷ୍ଠ ବୋଲର ବୁମ୍‌ରାଙ୍କୁ ଦେଖିବାକୁ ଟ୍ୱିନ୍ ସିଟିରେ ବଡ କ୍ରେଜ୍ । ଅପରାହ୍ନ ସାଢେ ୩ଟାରେ ଅନ୍ୟ ଖେଳାଳିମାନେ ପହଞ୍ଚିବାର ସମ୍ଭାବନା ରହିଛି । ଦିନିକିଆ ସିରିଜ୍ ବିଜୟ ପରେ ୯ ତାରିଖ ବାରବାଟୀ ଟି-୨୦ ଉପରେ ଏବେ ମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking