ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଜୋରଦାର ଚାଲିଛି ତଦନ୍ତ । ଗେଷ୍ଟ ହାଉସରେ ପହଞ୍ଚିଲେ ଫରେନସିକ ଟିମ୍ । ସୌମ୍ୟ ମୃତ୍ୟୁ ମାମଲାରେ ଏନ୍ଏଚ୍ଆର୍ସି ଜେରା ପାଇଁ ପହଞ୍ଚିଲେ ଫରେନସିକ୍ ଟିମ୍ । ସାଇଣ୍ଟିଫିକ ଟିମ୍ ମୁଖ୍ୟଙ୍କ ସହ ୪ ଜଣ ହାଜର ହୋଇଛନ୍ତି । ସୌମ୍ୟ ହତ୍ୟାକାଣ୍ଡ ପରେ, ଏହି ଟିମ୍ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବା ସହ, ମୃତ ଦେହର ପାଞ୍ଚନାମା କରିଥିଲା । ତଦନ୍ତକାରୀ ଅଧିକାରୀଙ୍କୁ ଦେଇ ଥିବା ତଥ୍ୟ ଭିତ୍ତିକ ପ୍ରମାଣ ବାବଦରେ ପଚାରିବା ପାଇଁ ଫରେନ୍ସିକ୍ ଟିମ୍କୁ ସମନ କରିଥିଲା NHRC ।ସେପଟେ ହତ୍ୟାକାଣ୍ଡ ଦିନ ସୌମ୍ୟଙ୍କୁ ଟ୍ରକରେ ନେଇଥିବା ଡ୍ରାଇଭରଙ୍କୁ ପଚରାଉଚରା କରିଛି ଏନ୍ଏଚ୍ଆରସି ଟିମ୍ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମିନିଟ୍ରକ୍ ଡ୍ରାଇଭର । ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡରେ ତନାଘନା କରୁଛନ୍ତି ଜାତୀୟ ମାନବାଧିକାର କମିସନଙ୍କ ୨ ଜଣିଆ ଟିମ୍ । ଶବ ବ୍ୟବଚ୍ଛେଦ କରିଥିବା କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଲକ୍ଷ୍ମୀଧର ବେହେରା ହାଜର ହୋଇଛନ୍ତି । ସୌମ୍ୟଙ୍କ ସାଙ୍ଗ ନିଶିକାନ୍ତ ଗୋପୀ, ପୂର୍ବତନ ବାଲିଅନ୍ତା ଥାନା ଆଇଆଇସି ଓ ଅଭିଯୋଗକାରୀ ଯୁବତୀ ହାଜର ହୋଇଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭର ବି ହାଜର ହୋଇଛନ୍ତି ।










