27.1 C
Bhubaneswar
Wednesday, February 4, 2026
Homeଓଡିଶାଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରାରେ ବୁଧବାର ଏକ ନୂତନ ଆଂଟିରେଟ୍ରୋଭାଇରାଲ ଟ୍ରିଟମେଂଟ (ଏଆରଟି) ସେଂଟର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାର ପ୍ରଥମ ଘରୋଇ ମେଡିକାଲ୍ କଲେଜ ହସ୍ପିଟାଲ ଭାବେ ଆଇଏମ୍‌ଏସ ଆଣ୍ଡ ସମ ହସ୍ପିଟାଲ ୨ରେ ଏହି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପଲବ୍ଧ ହେବ।ଏଚଆଇଭି ଏଡ୍‌ସ ଭଳି ଜଟିଳ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସେବା ଓ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଲକ୍ଷ୍ୟ ନେଇ ଷ୍ଟେଟ ଏଡ୍‌ସ ସେଲ୍ ଏବଂ ଓଡ଼ିଶା ଷ୍ଟେଟ୍ ଏଡ୍‌ସ କଂଟ୍ରୋଲ ସୋସାଇଟି (ଓଏସ୍‌ଏସିଏସ୍‌)ର ମିଳିତ ସହଯୋଗରେ ସମ୍ ହସ୍ପିଟାଲ-୨ରେ ଏହି କେନ୍ଦ୍ର ଆରମ୍ଭ କରାଯାଇଛି।ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଷ୍ଟେଟ ଏଡ୍‌ସ ସେଲ୍‌ର ଯୁଗ୍ୱ ନିର୍ଦ୍ଦେଶକ ଡକ୍ଟର ଅରବିନ୍ଦ ଯୋଗ ଦେଇ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ୍‌ଗୁଡ଼ିକରେ ଏଚ୍‌ଆଇଭି ଏଡ୍‌ସ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌-୨, ଷ୍ଟେଟ ଏଡ୍‌ସ ସେଲ୍ ଏବଂ ଓଏସ୍‌ଏସିଏସ୍ ମଧ୍ୟରେ ସହଭାଗିତାରେ କାର୍ଯ୍ୟ କରାଇବା ସହ ଏହି ଚିକିତ୍ସା ସହଜ ସାପେକ୍ଷ ସ୍ଥିର ଏବଂ କଳଙ୍କମୁକ୍ତ କରାଇବା ଆବଶ୍ୟକ ବୋଲି ସେ କହିଥିଲେ।ରାଜ୍ୟକୁ ଏଚ୍‌ଆଇଭି ମୁକ୍ତ କରିବାରେ ଏହି ଜଟିଳ ପଦକ୍ଷେପ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ଅରବିନ୍ଦ କହିଥିଲେ।ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌-୨ର ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ତାପସୀ ପତି କହିଥିଲେ ଯେ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହିଁ ଏହି ହସ୍ପିଟାଲ୍‌ର ମୁଖ୍ୟ ଉଦ୍ଦେଶ୍ୟ।କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ସମନ୍ୱୟ ଗୋଚ୍ଛାୟତ ଯୋଗ ଦେଇ ଏହି ସେଂଟରକୁ କାର୍ଯ୍ୟକ୍ଷମ କରିବା ଦିଗରେ ହସ୍ପିଟାଲ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ଏହି ସେଂଟରକୁ କାର୍ଯ୍ୟକ୍ଷମ କରିବା ଦିଗରେ ନର୍ସିଂ ଷ୍ଟାଫ୍ ପ୍ରସ୍ତୁତ ବୋଲି କହିଥିଲେ।ଏହି ନୂତନ ଏଆରଟି ସେଂଟରରେ ଭୁବନେଶ୍ୱର ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking