27.1 C
Bhubaneswar
Saturday, December 6, 2025
Homeଓଡିଶାବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଅଗ୍ନିକାଣ୍ଡ । ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ଝାଡୁଦାର କାର୍ଯ୍ୟାଳୟରେ ଝାଡୁଦାର କାର୍ଯ୍ୟାଳ୍ୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଡାକ୍ତରଖାନାରେ କୌଣସି ବଡ କ୍ଷତି ହୋଇନାହିଁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କୋଠରୀରେ ଫିନାଏଲ୍‌, କିଛି ପୋଷାକ, ସ୍ପିରିଟ୍ ଏବଂ ଅନ୍ୟାନ୍ୟ ବିଭିନ୍ନ ଜିନିଷ ମହଜୁଦ ଥିଲା । ରୋଗୀମାନେ ପ୍ରଥମ କୋଠରୀରେ ଧୂଆଁ ବାହାରୁଥିବାର ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଖବର ପାଇ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking