25.1 C
Bhubaneswar
Tuesday, February 3, 2026
Homeଓଡିଶାପ୍ରଶ୍ନପତ୍ର ଭାଇରାଲ୍‌ର ସୁଯୋଗ ନାହିଁ: ସିଏଚଏସଇ ନିୟନ୍ତ୍ରକ

ପ୍ରଶ୍ନପତ୍ର ଭାଇରାଲ୍‌ର ସୁଯୋଗ ନାହିଁ: ସିଏଚଏସଇ ନିୟନ୍ତ୍ରକ

ଭୁବନେଶ୍ୱର: ପ୍ରଶ୍ନପତ୍ର ଭାଇରାଲ୍‌ର କୌଣସି ସୁଯୋଗ ନାହିଁ କହିଲେ ସିଏଚଏସଇ ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା । ଏହା ସହ ସେ କହିଛନ୍ତି ଯେ ଆମର ହବ୍ ବ୍ୟବସ୍ଥା ସବୁଠୁ ଦୃଢ ବ୍ୟବସ୍ଥା, ଏଆଇ ନଜରରେ ସବୁ ହବ୍ । କାଉନସିଲ୍ ମଧ୍ୟ ପ୍ରଶ୍ନପତ୍ର ଜାଣିବ ନାହିଁ, ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବ୍ ଆସିବ ପ୍ରଶ୍ନପତ୍ର । ହବ୍‌ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସିଟିଭିରେ ରେକର୍ଡିଂ ହେବ । ସେଠାରୁ ସିଧା ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ ପ୍ରଶ୍ନପତ୍ର । ଫେବୃଆରୀ ୧୮ରୁ ମାର୍ଚ୍ଚ ୨୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା । ଦୀର୍ଘ ୨୨ ଦିନ ଧରି ପରୀକ୍ଷା ହେବ । ଏନେଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସିଏଚଏସଇଇ ଅଧ୍ୟକ୍ଷ ମୃଣାଳକାନ୍ତୀ ଦାସ । ପ୍ରାର୍ଥୀମାନେ ଡିସେମ୍ବର ୧୫, ୨୦୨୫ ରୁ ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପରୀକ୍ଷା ଏବଂ ପ୍ରୋଜେକ୍ଟ କାର୍ଯ୍ୟ ଡିସେମ୍ବର ୨୨ରୁ ଡିସେମ୍ବର ୩୧, ୨୦୨୫ ମଧ୍ୟରେ ସମାପ୍ତ ହେବ। ରାଜ୍ୟର ୧୩୫୦ଟି କେନ୍ଦ୍ରରେ ମୋଟ ୪,୦୦,୭୩୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି।

ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking