25.1 C
Bhubaneswar
Tuesday, February 3, 2026
Homeଓଡିଶାଦାନଗଦି ସଠିପୁରରୁ ଶିଶୁ ଶ୍ରମିକ ଉଦ୍ଧାର

ଦାନଗଦି ସଠିପୁରରୁ ଶିଶୁ ଶ୍ରମିକ ଉଦ୍ଧାର

ଯାଜପୁର: ସରକାରୀ ସ୍ତରରେ ସଚେତନତା ସତ୍ତ୍ଵେ ଏବଂ ଦଣ୍ଡ ବିଧାନ ର ଭୟ ଥିଲେ ମଧ୍ୟ ମାଲିକ ମାନେ ଭୟ ନ କରି ନିଜର ସ୍ୱାର୍ଥ ସାଧନ ପାଇଁ ଶିଶୁ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ପଛଉ ନାହାନ୍ତି l ଏନଜିଓ ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ୟୁନିଟ୍ ରୁ ସୂଚନା ପାଇବା ପରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଦୁଇଟି ଟିମ ସହକାରୀ ଶ୍ରମ ଅଧିକାରୀ ରଚନା ସେଠି/ଦେବାଶିଷ ଜେନା ଦାନଗଦି ଏବଂ ସହକାରୀ ଶ୍ରମ ଅଧିକାରୀ ସ୍ମୃତି ରଞ୍ଜନ ପଣ୍ଡା କୋରେଇ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ ସଦସ୍ୟ ଏବଂ ସ୍ଥାନୀୟ ପୋଲିସ ସହାୟତାରେ ରେଡ୍ କରି ଉଭୟ ସ୍ଥାନରୁ ଚାରୋଟି ଶିଶୁ ଶ୍ରମିକ ଯଥା ଦାନଗଦି ବ୍ଲକ ସ୍ଥିତ ମିଲିଟାରୀ ଛକରେ ଥିବା ଚନ୍ଦନ ହୋଟେଲ ରୁ 2 ଜଣ, ସେହିପରି ଯାଜପୁର ପୁର ବ୍ଲକ ଷଠିପୁର ସ୍ଥିତ ଘୁଷୁରି ପାଳନ ସ୍ଥାନରୁ 2 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ରେ ଉପସ୍ଥିତ କରିବା ସହିତ ଜିଲ୍ଲା ଶ୍ରମ ବିଭାଗ ତରଫରୁ ସହକାରୀ ଶ୍ରମ ଅଧିକାରୀ ମାନେ ସମ୍ପୃକ୍ତ ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ଖୁବ ଶୀଘ୍ର ସମ୍ପୃକ୍ତ ମାଲିକ ମାନଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟ ରେ କେସ କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ ତରଫରୁ ପ୍ରକାଶ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking