ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ଟାଟା ପାୱାର ପ୍ରସଙ୍ଗ । ବିଧାୟକ ଗଣେଶ୍ୱର ବେହେରା ଓ ବ୍ୟୋମକେଶ ରାୟ ଉଠାଇଲେ ପ୍ରସଙ୍ଗ । ୮ ବର୍ଷରେ ଓଇଆରସିର ଧାର୍ଯ୍ୟ ହାରାହାରି ଦରଠାରୁ ଅଧିକ ବିଲ ଆଦାୟ ହୋଇଛି । ଅଧିକ ୭୧୪୫ କୋଟି ଟଙ୍କା ଆଦାୟ କରିଛନ୍ତି ବିଦ୍ୟୁତ ବିତରକ କମ୍ପାନୀ । ବିଦ୍ୟୁତ ଆଇନ ୨୦୦୩ ଅନୁଯାୟୀ ଅଧିକ ଆଦାୟ ଚଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଟଙ୍କା ଫେରାଇବା ପାଇଁ ବିଦ୍ୟୁତ ନିୟାମକ ଆୟୋଗକୁ ନିର୍ଦ୍ଦେଶ ରହିଛି । ମାତ୍ର ଅର୍ଥ ଫେରସ୍ତ ପାଇଁ ବିତରକ କମ୍ପାନୀଙ୍କୁ ଓଇଆରସି କୌଣସି ନିର୍ଦ୍ଦେଶ ଦେଇନାହିଁ । ଆନ୍ଧ୍ରପ୍ରଦେଶରେ ସୁଧ ମୂଳ ସହ ୧୨ଟି କିସ୍ତିରେ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଷ ହୋଇଛି । ସମାନ ଢଙ୍ଗରେ ୭୧୪୫ କୋଟି ଟଙ୍କା ଫେରାଇବାକୁ ଓଇଆରସି ନିର୍ଦ୍ଦେଶ ଦେଉ ।










