29.1 C
Bhubaneswar
Friday, February 6, 2026
Homeଓଡିଶା୨ ବସ୍ ମୁହାଁମୁହିଁ: ୧୦ ଆହତ

୨ ବସ୍ ମୁହାଁମୁହିଁ: ୧୦ ଆହତ

ଚଣ୍ଡିଗଡ଼: ସୋମବାର ଦିନ ହରିୟାଣାର ରୋହତକ ଜିଲ୍ଲାର ଲଖନ ମାଜରା ନିକଟରେ ଦୁଇଟି ବସ୍ ଧକ୍କା ହେବା ଫଳରେ ଚାରି ଜଣ ସ୍କୁଲ ପିଲାଙ୍କ ସମେତ ମୋଟ ୧୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଏକ ସ୍କୁଲ ବସରେ ଯାତ୍ରା କରୁଥିବା ପିଲାମାନେ ଆହତ ହୋଇଛନ୍ତି। ଅନ୍ୟ ବସଟି ଏକ କାର୍ଯ୍ୟକ୍ରମରୁ ଫେରୁଥିବା କିଛି ଲୋକଙ୍କୁ ନେଇ ଯାଉଥିଲା। ପୋଲିସ କହିଛି ଯେ ଦୁର୍ଘଟଣା ପରେ ୧୫ ଜଣ ପିଲାଙ୍କୁ ନେଇ ଯାଉଥିବା ବସଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ପିଲା, ଜଣେ ଡ୍ରାଇଭର ଏବଂ ଜଣେ ସହାୟକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ବସ୍‌ରେ ଯାତ୍ରା କରୁଥିବା ଦୁଇଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଆହତ ହୋଇଛନ୍ତି। ହରିୟାଣା ପୋଲିସ ମହାନିର୍ଦ୍ଦେଶକ ଓ.ପି. ସିଂହ ରୋହତକ ରେଞ୍ଜର ପୋଲିସ ମହାନିରିକ୍ଷକଙ୍କୁ ତୁରନ୍ତ ଆହତ ପିଲାମାନଙ୍କୁ ଭେଟି ସେମାନଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking