19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଡିଭାଇଡର୍‌ରେ ପିଟି ହେଲା ବାଇକ୍‌: ୨ ମୃତ

ଡିଭାଇଡର୍‌ରେ ପିଟି ହେଲା ବାଇକ୍‌: ୨ ମୃତ

ଆଗ୍ରା: ଆଗ୍ରାରେ ଭୟଙ୍କର ସଡକ ଦୁର୍ଘଟଣା। ଡିଭାଇଡର୍‌ରେ ପିଟି ହେଲା ବାଇକ୍‌। ଏହି ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛିସୂଚନା ଅନୁସାରେ, ଆଗ୍ରାର ହରି ପର୍ବତ ଅଞ୍ଚଳରେ ଏକ ଡିଭାଇଡରରେ ବାଇକ ପିଟି ହେବା ଫଳରେ ଦୁଇ ଜଣ ଏମବିବିଏସ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଆଗ୍ରାର ବାସିନ୍ଦା ସିଦ୍ଧ ଗୁପ୍ତା (୨୨) ଏବଂ ହରଦୋଇର ବାସିନ୍ଦା ତନିଷ୍କ (୨୨) ଏକ ବାଇକରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବାଇକଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା, ଯାହା ଫଳରେ ଉଭୟ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ଖରାପ ହେବାରୁ ସରୋଜିନୀ ନାଇଡୁ ମେଡିକାଲ କଲେଜକୁ ପଠାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ଉଭୟ ଛାତ୍ରଙ୍କ ମୃତ୍ୟୁ ହୋଇଛି।ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking