ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହିର ବି.ସି ସରକାରୀ ଉଚ୍ଚ ବିଦ୍ୟାଳୟ ମୂଷାଗଡ଼ିଆ ଠାରେ ଗତକାଲି ଓଷ୍ଟା ମେଧା ଅନ୍ଵେଷଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ପିଲା ଓ ଅଭିଭାବକ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବଡସାହି ବ୍ଲକ୍ ଓଷ୍ଟା ସଭାପତି ହରିଶ୍ଚନ୍ଦ୍ର ଦାସ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ବଡ଼ସାହି ଥାନାର ଆଇ.ଆଇ.ସି ସ୍ଵର୍ଣ୍ଣଲତା ମିଞ୍ଜ ଯୋଗଦାନ କରି ପରୀକ୍ଷା ଖାତା ପ୍ୟାକେଟ୍ କୁ ଫିତା କାଟି ଉନ୍ମୋଚନ କରିବା ସହିତ ”ପିଲାମାନଙ୍କୁ କୌଣସି କାମରେ ଆତ୍ମବିଶ୍ୱାସ ନ ହରାଇ ଆତ୍ମବଳକୁ ସୁଦୃଢ କଲେ ଆମେ ସବୁକାମରେ ଜୟଲାଭ କରି ପାରିବା” ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ତଥା ସମାଜସେବୀ ନିହାର ରଞ୍ଜନ ମହାପାତ୍ର ଯୋଗଦାନ କରି ଓଷ୍ଟାର ଏହି ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ପିଲାମାନଙ୍କୁ ନୂତନ ଦିଗଦର୍ଶନ ପ୍ରଦାନ କରିବା ସହିତ ଆଗକୁ ଆଗେଇବାର ପ୍ରେରଣା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନୀତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦେବରାଜ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୃତିରଞ୍ଜନ ଦାସ , ସହକାରୀ ଶିକ୍ଷକ ରମେଶ୍ ଚନ୍ଦ୍ର ହାଁସଦାଃ ଆଦି ଯୋଗଦାନ କରି ପରୀକ୍ଷାରେ କପି କରିବା ଏକ ସାମାଜିକ ବ୍ୟାଧି ଆଜିଠାରୁ ତାକୁ ରୋକିବାକୁ ପିଲାମାନଙ୍କୁ ଶିକ୍ଷା ଦିଆଗଲେ ଭଲହେବ ବୋଲି ମତ ରଖିଥିଲେ। ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୟାନିଧି ମହାନ୍ତ ଯୋଗଦାନ କରିଥିବା ବେଳେ ପରୀକ୍ଷକ ଭାବେ ମନୋରଞ୍ଜନ ମହାପାତ୍ର, ଦିଲ୍ଲୀପ ମହାନ୍ତ, ପ୍ରିୟଙ୍କା ମହାନ୍ତ ଆଦି ଯୋଗଦାନ କରି ଥିଲେ। ଓଷ୍ଟା ବ୍ଲକ ସଂପାଦକ ଡକ୍ଟର ଡମ୍ବରୁଧର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସମାହିତ ହୋଇଥିଲା।










