22.1 C
Bhubaneswar
Friday, December 5, 2025
Homeଓଡିଶାକିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି କିଟରେ ଛାତ୍ର ମୃତ୍ୟୁ । ସନ୍ଦେହଜନକ ଅବସ୍ଥାରେ କିଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି, ଛତିଶଗଡ ଜିଲ୍ଲାର ରାହୁଲ ଯାଦବ । ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର । ଛାତ୍ର ମୃତ୍ୟ ନେଇ  ହଷ୍ଟେଲରେ ଉତ୍ତେଜନା ଦେଖାଦେଇଥିଲା। ପରେ ମୃତକଙ୍କ ରୁମମେଟମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଁଚି ରାହୁଲଙ୍କ ମୃତଦେହକୁ ଜବତ କରି ଏକ ଘରୋଇ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଇନଫୋସିଟି ଥାନାର ଏସିପି ସୋନାଲ ସିଂ ପରମାହ ସୂଚନା ଦେଇଛନ୍ତି ଯେ, ପ୍ରଥମ ବର୍ଷର କମ୍ପ୍ୟୁଟର ସାଇନ୍ସ ଛାତ୍ର, ରାହୁଲ ଯାଦବଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଦେଖି ରାହୁଲଙ୍କୁ ସାଙ୍ଗେ ସାଙ୍ଗେ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତଦେହକୁ ମର୍ଗରେ ରଖାଯାଇଛି । ଘର  ଲୋକଙ୍କୁ ସୂଚନା ଦିଆଯାଇଛି। ଘର ଲୋକ ଆସିବା ପରେ ଶବ ବ୍ୟଚ୍ଛେଦ କରାଯିବା ସହ  ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ ହେବ । ଏନେଇ ଇନଫୋସିଟି ଥାନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।  ହେଲେ କେଉଁ କାରଣ ପାଇଁ ପ୍ରାଣ ହାରିଛନ୍ତି ରାହୁଲ ଯାଦବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ରାହୁଲଙ୍କ ସହପାଠୀ, ରୁମମେଟ, ହଷ୍ଟେଲର ୱାର୍ଡେନମାନଙ୍କୁ ପଚରା ଉଚରା କରୁଛି । ତତ ସହିତ ଯେଉଁ ରୁମରେ ଆତ୍ମହତ୍ୟା କରିଛନ୍ତି ରାହୁଲ ସେହି ରୁମକୁ ସିଲ କରାଯାଇଛି । ଉତ୍ତେଜିତ ଛାତ୍ରମାନଙ୍କୁ  ବୁଝାସୁଝା କରୁଛି ପୋଲିସ ।

ଅନ୍ୟପଟେ ଏ ଘଟଣା ବାବଦରେ କିଟ୍ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସୂଚନା ମିଳିନାହିଁ । ଆଜି କ୍ଲାସ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ କ୍ଲାସ ଆସିବା ପାଇଁ କୁହାଯାଇଛି । ଯେଉଁମାନେ ଅନୁପସ୍ଥିତ ରହିବେ ସେମାନଙ୍କ  ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ସୂଚନା ମିଳିଛି । ତେବେ ବଡ କଥାହେଉଛି, କିଟରେ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣା ପ୍ରଥମ ଥର ନୁହେଁ କିଛି ମାସ ପୂର୍ବରୁ ଜଣେ ନେପାଳୀ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ତାହାର କାରଣ ଏଯାଏଁ ଜଣାପଡିନାହିଁ , ସେହିଭଳି ଅନ୍ୟ ଜଣେ ଛାତ୍ରୀ ମଧ୍ୟ କିଟ ବିଶ୍ୱ ବିଦ୍ୟାଳୟରେ ପ୍ରାଣ ହାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking