24.9 C
Bhubaneswar
Tuesday, April 7, 2026
Homeଓଡିଶା୧୦ ଶିକ୍ଷକଙ୍କ ଦରମା ବନ୍ଦ

୧୦ ଶିକ୍ଷକଙ୍କ ଦରମା ବନ୍ଦ

ବୌଦ୍ଧ: ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଚାନକ ବିଭିନ୍ନ ସ୍କୁଲ୍ ଗସ୍ତ। ଏହି ସମୟରେ ୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍। ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନୋଟିସ୍ ଜାରି କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ପୂର୍ବ ସୂଚନା ନଦେଇ ଅଚାନକ ଭାବେ ବ୍ଲକର କିଛି ସ୍କୁଲକୁ ଗସ୍ତ କରିଥିଲେ। ଏହି ସମୟରେ ଅନେକ ଶିକ୍ଷକ ବିନା ସୂଚନାରେ ସ୍କୁଲରେ ଅନୁପସ୍ଥିତ ଥିଲେ। କିଛି ଶିକ୍ଷକ ବିନା ସୂଚନାରେ ଛୁଟି ପୂର୍ବରୁ ପଳାଇଥିଲେ। ୮ ସ୍କୁଲ୍‌ର ୧୦ ଶିକ୍ଷକଙ୍କ ବିରୋଧରେ ବିଇଓଙ୍କ କାର୍ଯ୍ୟାନୁଷ୍ଠାନ। ଅନ୍ୟପଟେ, ଖୋର୍ଦ୍ଧା ଜିଲ୍ଲାର ବିଇଓ ଏବଂ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିଦିଆଯାଇଛି। ସ୍କୁଲରେ ୟୁନିଫର୍ମ ବଣ୍ଟନରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୮ଟି ବିଇଓ ଏବଂ ୨୩୭ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିଦିଆଯାଇଛି। ଅବହେଳା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking