27.1 C
Bhubaneswar
Wednesday, February 4, 2026
Homeଓଡିଶାମୋବାଇଲ ଖେଳକୁ ତ୍ୟାଗ କରି ଶାରିରୀକ କ୍ରୀଡ଼ାକୁ ଗୁରୁତ୍ୱ ଦେବା ଆବଶ୍ୟକ

ମୋବାଇଲ ଖେଳକୁ ତ୍ୟାଗ କରି ଶାରିରୀକ କ୍ରୀଡ଼ାକୁ ଗୁରୁତ୍ୱ ଦେବା ଆବଶ୍ୟକ

ମୟୂରଭଞ୍ଜ: ବଡ଼ସାହିର ସ୍ଥାନୀୟ ବିବେକାନନ୍ଦ ବିହାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୬ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ନଭେମ୍ବର ୨୮ ତରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଉପଦେଷ୍ଟା ତଥା ସମାଜସେବୀ ରାଜକିଶୋର ଆଚାର୍ଯ୍ୟ ଉଦ୍‌ଘାଟକ ଭାବେ ଯୋଗଦାନ କରି ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ପୁହାଣ ସୂର୍ଯ୍ୟକାନ୍ତି ରାଉତ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବଡ଼ସାହି ଥାନାର ଆଇ.ଆଇ.ସି ସ୍ଵର୍ଣ୍ଣଲତା ମିଞ୍ଜ ଯୋଗଦାନ କରି ଅଲମ୍ପିକ ମଶାଲ ପ୍ରଜ୍ଜ୍ୱଳନ କରି ପିଲାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଜିକାଲି ଯେଉଁ ମାତ୍ରାରେ ମୋବାଇଲ ଗେମ୍ କାୟା ବିସ୍ତାର କରିଛି ସେଥିରେ ନଭୁଲି ମୋବାଇଲ ଖେଳକୁ ତ୍ୟାଗ କରି ଶାରିରୀକ କ୍ରୀଡ଼ାକୁ ଗୁରୁତ୍ୱ ଦେବା ଆବଶ୍ୟକ ତେବେ ଯାଇ ସମାଜ ସୁଧୁରିବ ।

ମୁଖ୍ୟବକ୍ତା ଭାବେ ବଡ଼ସାହି ହି୍ୟୁମାନ ରାଇଟ୍ ମିସନର ସଭାପତି ସୁବୋଧ କୁମାର ଦଣ୍ଡପାଟ, ଆଦରଣୀୟ ଅତିଥି ଭାବେ ସିଆରସିସି ସନକ କୁମାର ଘୋଷ, ସମ୍ମାନିତ ଅତିଥି ଭାବେ ଆଦର୍ଶ ବିଜ୍ଞାନ ଶିକ୍ଷକ ଦେବରାଜ ନାୟକ ଓ ବରିଷ୍ଠ ଖେଳ ଶିକ୍ଷକ ମନୋରଞ୍ଜନ ମହାପାତ୍ର ଯୋଗଦାନ କରି କ୍ରୀଡାର ମହତ୍ୱ ଓ ସଫଳ କ୍ରୀଡ଼ାବିତ୍ ପାଇଁ କ’ଣ ଆବଶ୍ୟକ ସେ ମର୍ମେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶୁଭଜିତ୍ ଶୁଭଙ୍କର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଗୁରୁଜୀ ଦୀପକ ଦାସ ଓ ଗୁରୁମା ମଳୟ ମଞ୍ଜରୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୌମ୍ୟରଞ୍ଜନ ନାୟକ ଓ ବୀଣାପାଣି ବାରିକ ଧାରାବିବରଣୀ ପ୍ରଦାନ କରିଥିଲେ। ଗୁରୁଜୀ ଅତୁଲ୍ୟ ସୁନ୍ଦର ଭଞ୍ଜବାବୁ, ଗୋବିନ୍ଦ ହେମ୍ବ୍ରମ, ରଣଜିତ କୁମାର ମହାନ୍ତି, ସୌଭାଗ୍ୟବତୀ ରାଉତ, ଭାଗ୍ୟବତୀ ନାୟକ, କବିତା ପତି, ପ୍ରିୟଙ୍କା ମହାନ୍ତ, ସୋନାକ୍ସି ଦଣ୍ଡପାଟ, ବର୍ଷା ମହାନ୍ତ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସର୍ବଶେଷରେ ଗୁରୁଜୀ କାର୍ତ୍ତିକ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତା ୩ଦିନ ଧରି ଚାଲିବ ବୋଲି କ୍ରୀଡ଼ା ଅଧିକାରିଣୀ ସବିତା ମହାନ୍ତି ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking