19.1 C
Bhubaneswar
Friday, December 5, 2025
Homeଓଡିଶାପରିବାରକୁ ବାରଣ: ୯ ଜଣଙ୍କ ନାଁରେ ମାମଲା

ପରିବାରକୁ ବାରଣ: ୯ ଜଣଙ୍କ ନାଁରେ ମାମଲା

ଗଞ୍ଜାମ: ଅନ୍ୟ ଜାତିରେ ବିବାହ କରିଥିବାରୁ ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୂଳ ସମାଜକୁ ଚଳିବା ପାଇଁ ବାରଣ କରାଯାଇଥିବା ମାମଲାରେ  କାର୍ଯ୍ୟାନୁଷ୍ଠାନ ହଇଛି । ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଛତ୍ରପୁର ଥାନା ପୋଲିସ । ଏବଂ ମୁନିସ ପେଣ୍ଠ ଗାଁ କୈବର୍ତ୍ତ ଜାତିର ୯ ଜଣଙ୍କ ନାଁରେ ଏହି ମାମଲା   ହୋଇଛି । ଏଥି ସହିତ ଉଭୟ ପକ୍ଷ ବସି ଆଲୋଚନା କରିବାକୁ କୁହାଯାଇଛି । ଏକଥା କହିଛନ୍ତି ଛତ୍ରପୁର ଏସଡିପିଓ , ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କର ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବାପାଙ୍କୁ ସମାଜର ଏକ ଭୋଜିରୁ ଅପମାନ କରି ଉଠାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୁଅ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ  କୈବର୍ତ୍ତ ସମାଜ ପକ୍ଷରୁ ପରିବାରକୁ ସମାଜରେ  ଏକ ବିବାହ ଭୋଜିରୁ ଅପମାନିତ କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ କୈବର୍ତ୍ତ ସମାଜ ପକ୍ଷରୁ ଖଣ୍ଡନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking