32.7 C
Bhubaneswar
Thursday, May 14, 2026
Homeଦେଶ ବିଦେଶଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ଟିପ୍ପଣୀ; ପ୍ରେମୀଯୁଗଳ ଶ୍ରୀମନ୍ଦିର ଗଲେ ସେମାନଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଏ

ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ଟିପ୍ପଣୀ; ପ୍ରେମୀଯୁଗଳ ଶ୍ରୀମନ୍ଦିର ଗଲେ ସେମାନଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଏ

ମୁମ୍ବାଇ: ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରା, ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଛି। ସେ ନିଜର ଏକ ପଡ୍‌କାଷ୍ଟ ଭିତ୍ତିକ କାର୍ଯ୍ୟକ୍ରମରେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ପର୍କରେ କହିଛନ୍ତି ଯେ, ଯଦି ବିବାହ ପୂର୍ବରୁ ପ୍ରେମୀଯୁଗଳ ଭୁଲ୍‌ବଶତଃ ମଧ୍ୟ ଜଗନ୍ନାଥ ମନ୍ଦିରକୁ ଆସୁଛନ୍ତି ତେବେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ବା ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯାଇଥାଏ। ଯାହାଫଳରେ ପ୍ରେମୀଯୁଗଳ ଭବିଷ୍ୟରେ କେବେବି ବିବାହ କରିପାରନ୍ତି ନାହିଁ। ଶୁଭଙ୍କର ନିଜର ଏହି ଦାବିକୁ ଯଥାର୍ଥତା ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଏହା ମଧ୍ୟ କହିଥିଲେ ଯେ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ରହିଛି। କାରଣ ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ କରିବା ପାଇଁ ମନ୍ଦିରରେ ଆସି ପହଞ୍ଚିଥିଲେ ରାଧାରାଣୀ। କିନ୍ତୁ ମନ୍ଦିର ସେବାୟତମାନେ ତାଙ୍କୁ ବାଟରୁ ଅଟକାଇ ଦେଇଥିଲେ ଏବଂ ଜଗନ୍ନାଥଙ୍କ ଦର୍ଶନ କରାଇଦେଇନଥିଲେ। ଏଥିରେ ରାଗିଯାଇ ରାଧାରାଣୀ ମନ୍ଦିରକୁ ଅଭିଶାପ ଦେଇଥିଲେ ଯେ, ଆଜିଠୁ କୌଣସି ଅବିବାହିତ ଯୋଡ଼ି ଯଦି ମନ୍ଦିର ଭିତରକୁ ଆସନ୍ତି ତେବେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବ ନାହିଁ। ଶୁଭଙ୍କରଙ୍କ ଏଭଳି କିଛି ଅବାନ୍ତର ଦାବି ସମ୍ପର୍କୀତ ଏକ ଭିଡିଓ ଭାଇରାଲ୍ ହେବା ପରେ ଓଡ଼ିଶାବାସୀଙ୍କ ସମେତ ଜଗନ୍ନାଥପ୍ରେମୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking