32.7 C
Bhubaneswar
Thursday, May 14, 2026
Homeଓଡିଶାଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସ୍ତାବ ସ୍ଥଗିତ

ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସ୍ତାବ ସ୍ଥଗିତ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ଏବେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଜରୁରୀ ରିପୋର୍ଟ ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରିଚାଳନା କମିଟିଙ୍କ ପରାମର୍ଶ ତଥା ଅଧିସ୍ୱୀକୃତି ଅନୁସାରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ପରେ, ପରିଚାଳନା କମିଟିର ବରିଷ୍ଠ ସେବକ ସଦସ୍ୟ ଏବଂ ଅଧିକାରୀବୃନ୍ଦ ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରିଥିଲେ। ଏହାପରେ ଆସନ୍ତା ଡିସେମ୍ବର ୧ ତାରିଖରୁ ଏହାକୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲାଗି ଖୋଲାଯିବା ନେଇ ବିଚାର କରାଯାଇଥିଲା। ତେବେ ଏହା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରି ରିପୋର୍ଟ ଦେଇଛନ୍ତି। ଏଥିସହ ମନ୍ଦିର ମଧ୍ୟରେ ଷ୍ଟିଲ ବିମ୍ ଲଗାଯିବା ପ୍ରସ୍ତାବ ଥିବା ସହ ଖଣ୍ଡୋଲାଇଟ୍ ପଥର ଲଗା କାମ ବାକି ଥିବା ଦର୍ଶାଇଛନ୍ତି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନଗୁଡିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି। ଏହାକୁ ବିଚାରକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ନିଷ୍ପତ୍ତିକୁ ପରବର୍ତ୍ତୀ ଆଦେଶ ଯାଏଁ ସ୍ଥଗିତ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking