ଭୁବନେଶ୍ୱର: ଓଡିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ରାଜ୍ୟପାଳ ମହାମହିମଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଓଡିଶାବାସୀଙ୍କ ପକ୍ଷରୁ ଆପଣଙ୍କୁ ଶୁଭେଚ୍ଛା । ବିଧାନସଭାକୁ ଆପଣ ଆସିବା ଗୌରବର ବିଷୟ । ଏଇ ବିଧାନସଭାରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହେବା ସ୍ମରଣୀୟ । ଆପଣଙ୍କ କାର୍ଯ୍ୟ ଅନେକ ମହିଳାଙ୍କ ପାଇଁ ପ୍ରେରଣା । ଆଦିବାସୀ ମହିଳାଙ୍କ ପାଇଁ ଆପଣ ଉଦାହରଣ ।










