ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ । ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି କରାଯାଇଥିଲା । ତେବେ ଶୂନ୍ୟକାଳ ମଧ୍ୟରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବୈତରଣୀ ନଦୀର ସ୍ଥିତି ଓ ଅବସ୍ଥା ସଂକ୍ରାନ୍ତରେ ବହୁ ଦିନ ତଳେ ଏକ Spital Study ହୋଇଥିଲା ସେତେବେଳର ସ୍ଥିତି ଓ ଆଜିର ସ୍ଥିତି ଭିତରେ କଣ ଫରକ ଅଛି ତାହା ଜଣାଇବେ କି? ବୈତରଣୀ ଓ ବୈତରଣୀର ଉପ ନଦୀ ଗୁଡ଼ିକରେ କେଉଁ କେଉଁ କମ୍ପାନୀଙ୍କୁ କେତୋଟି intake well କରିବା ପାଇଁ ସରକାର ଅନୁମତି ଦେଇଛନ୍ତି ଏବଂ ସେହି କମ୍ପାନୀମାନଙ୍କ ନାମ କଣ? ସେଥିପାଇଁ ସେମାନଙ୍କୁ ସରକାର ଅନୁମତି ଦେଇଛନ୍ତି କି, ଯଦି ଦେଇଛନ୍ତି, କେଉଁ କମ୍ପାନୀ କୁ କେତେ ପାଣି ଦେବାର ଧାର୍ଯ୍ୟ ହୋଇଛି ତାହା ଜଣାଇବେ କି? ବୈତରଣୀ ଓ ଏହାର ଶାଖା ନଦୀରୁ ସର୍ବମୋଟ କେତୋଟି କମ୍ପାନୀକୁ slurry pipe line ଯୋଗେ ଲୁହା ପଥର ଗୁଣ୍ଡ ପରିବହନ ପାଇଁ ସରକାର ଅନୁମତି ଦେଇଛନ୍ତି କାହାକୁ କେତେ ପାଣି ନେବାର ଅନୁମତି ମିଳିଛି ?
ଏହି ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ପାଇରାଲ ଶ୍ଟଡି ଅନୁସାରେ, ନିର୍ମାଣ ହେଇଥିବା କାଞ୍ଝାରି ପ୍ରକଳ୍ପ, ରେମାଳ ପ୍ରକଳ୍ପ, ସାଳନ୍ଦି ପ୍ରକଳ୍ପ ବୈତରଣୀ ସିଷ୍ଟମ ସହିତ ଦେଓ ଡ୍ୟାମ ପ୍ରକଳ୍ପ ୯,୯୦୦ ହେକ୍ଟର ପାଇଁ ମଧ୍ୟ ନିର୍ମାଣ କରାଯାଇଛି । କାନପୁର ପ୍ରକଳ୍ପ ବର୍ତ୍ତମାନ ୨,୯୫୭୮ ହେକ୍ଟର ପାଇଁ ମଧ୍ୟ କାର୍ଯ୍ୟ ଚାଲୁଅଛି ।ବୃହତ୍ତ ଓ ଜଳ ସେଚନ ପ୍ରକଳ୍ପରେ ଜଳ ସେଚନର ଚାହିଦା ବର୍ତ୍ତମାନ ୧୮୬୩.୧୮ ଏମସିଏମ, ଆୟକଟ ବର୍ତ୍ତମାନ ହୋଇଛି ୧,୫୦,୪୧୦ ହେକ୍ଟର । ସେହିପରି ଆଇଏସଏସ ସ୍ଥିତିର ୪ଟି ଫେଜରେ ପ୍ରକଳ୍ପ କାଯ୍ୟ ଚାଲିଛି ।ବୈତରଣୀ ଓ ବୈତରଣୀର ଉପନଦୀ ଗୁଡିକରୁ ସର୍ବମୋଟ ୬୮ ଟି କମ୍ପାନୀକୁ ଏଙ୍କୁ ୩୮ ଟି intake well କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ମିଳିଛି । ଏହି କମ୍ପାନୀ ମାନଙ୍କୁ ୨୨୮.୫୯ cusec ପାଣି ଦେବାର ଧାର୍ଯ୍ୟ ହୋଇଛି, ତାହାର ବିବରଣୀ ପରିଶିଷ୍ଟ “କ” ରେ 6 ପ୍ରଦାନ କରାଗଲା । ସେହିପରି ବୈତରଣୀ ଓ ଏହାର ଶାଖାନଦୀ ଗୁଡିକରୁ ସର୍ବମୋଟ ୬ କମ୍ପାନୀଙ୍କୁ slurry pipe line ଯୋଗେ ଲୁହା ପଥର ଗୁଣ୍ଡ ପରିବହନ ପାଇଁ ସରକାରଙ୍କ ଠାରୁ ଅନୁମତି ମିଳିଛି ଏବଂ ସେହି କମ୍ପାନୀ ମାନଙ୍କୁ ୧୧୧.୬୩ cusec ପାଣି ଦେବାର ଧାର୍ଯ୍ୟ ହୋଇଛି ।










