25.1 C
Bhubaneswar
Thursday, March 19, 2026
Homeଓଡିଶାବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ୪ଟି ସ୍ଥାନକୁ ବିମାନ ଚଳାଚଳ: ମନ୍ତ୍ରୀ

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ୪ଟି ସ୍ଥାନକୁ ବିମାନ ଚଳାଚଳ: ମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ,  ସିପିଆଇ ଦଳର ନେତା ଏହାକୁ ସମର୍ଥନ କରିଥିଲେ । ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି କରାଯାଇଥିଲା ।

ତେବେ ଶୂନ୍ୟକାଳ ମଧ୍ୟରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ   ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ବର୍ତ୍ତମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିଦେଶକୁ କେତେ ଗୋଟି ବିମାନ ଉଡାଣ ହେଉଛି  ? କେଉଁ କେଉଁ ସହରକୁ  ପ୍ରତି ରୁଟରେ ଚାଲୁଥିବା ବିମାନର  ମାସିକ ହାରାହାରି କେତେ ?ପାସେଞ୍ଜର  ଲୋଡ ଫ୍ୟାକ୍ଟର କେତେ ପ୍ରତିଶତ ରହୁଛି ? ଏହି ସବୁ ବିମାନକୁ ଚଲାଇବା ପାଇଁ ସରକାର ଖାଲି ରହୁଥିବା ସିଟ ପ୍ରତି କେତେ ଟଙ୍କା ଭରଣା କରୁଛନ୍ତି  ? ଆହୁରି ପ୍ରଶ୍ନ ପଚାରିଛନ୍ତି, ଗତ ତିନି ଆର୍ଥିକ ବର୍ଷରେ  କେଉଁ କେଉଁ ଏୟାର  ଲାଇନ୍ସକୁ  କେତେ ଟଙ୍କା  ଏହି  ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ଏବଂ ଆସନ୍ତା କେତେ ବର୍ଷ   ପର୍ଯ୍ୟନ୍ତ ଏହି ଭରଣା କରାଯିବ ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ  ବିଭୂତି ଜେନା ଉତ୍ତର ରଖି କହିଛନ୍ତି,  ରାଜ୍ୟରେ ପ୍ରଚଳିତ ନୂତନ ଗନ୍ତବ୍ୟ ନୀତି ୨୦୨୪ ଅନୁଯାୟୀ, ବର୍ତ୍ତମାନ  ବିଜୁ ପଟ୍ଟନାୟକ  ଆନ୍ତର୍ଜାତିକ ବିମାନ ବନ୍ଦର ଠାରୁ  ବିଦେଶକୁ ୪ଟି ସ୍ଥାନ ଯଥା ଦୁବାଇ, ସିଙ୍ଗାପୁର, ଗ୍ୟାଙ୍ଗକ, ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ କରୁଛି ।  ଏହି ସବୁ ରୁଟରେ  ବିମାନକୁ  ଚଳାଇବା ପାଇଁ ସରକାର  ଖାଲି ରହୁଥିବା ସିଟ ପ୍ରତି  ଟଙ୍କା ଭରଣା କରିବାର ପ୍ରାବଧାନ ନାହିଁ ।  ରାଜ୍ୟ ସରକାର ପ୍ରତ୍ୟେକ ଅନ୍ତର୍ଜାତୀୟ ରାଉଣ୍ଡ ଟ୍ରିପ ପାଇଁ ୭୫୦ କିଲୋମିଟର ଯାଏଁ ୧୦ ଲକ୍ଷ ଏବଂ ୭୫୦ କି ମି ରୁ ଅଧିକ ଗନ୍ତବ୍ୟସ୍ଥଳ ପାଇଁ ୧୫ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଆହୁରି କହିଛନ୍ତି, ଏହି  ମଧ୍ୟରୁ କୌଣସି ରୁଟର ୩ ବର୍ଷ ସମ୍ପୁର୍ଣ୍ଣ ହୋଇନାହିଁ ।  ଗନ୍ତବ୍ୟସ୍ଥକୁ ସଂଯୋଗ କରିବା ପାଇଁ ଏୟାର ଲାଇନ୍ସକୁ  ପ୍ରତି ରାଉଣ୍ଡ ଟ୍ରିପ ପାଇଁ  ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ।  ଏହି ଆର୍ଥିକ ସହାୟତା ପ୍ରଥମ ୬ ମାସର ଅବଧି  ପାଇଁ ପ୍ରଦାନ କରାଯାଏ । ରୁଟର କାର୍ଯ୍ୟ ଦକ୍ଷତାର ସମୀକ୍ଷା ପରେ ଏହାକୁ ଆଉ ୬ ମାସ ପାଇଁ ପୁନର୍ନବୀକୃତ କରାଯାଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking