15.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟକୁ ପୁଣି ଫେରିଲା ଶୀତ!

ରାଜ୍ୟକୁ ପୁଣି ଫେରିଲା ଶୀତ!

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଶୀତ ଆରମ୍ଭ ହୋଇଯାଇଛି ।  କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । ଚଳିତ ମାସର ୧୬ ତାରିଖରେ ୫.୮ଡିଗ୍ରି ତାପମାତ୍ରାକୁ ଖସିଥିଲା । ପ୍ରବଳ ଶୀତ ହୋଇଥିଲା । ଗତ ୧୭ତାରିଖ ଦିନ ୫.୪ଡିଗ୍ରିକୁ ପୁଣି ଖସି ହାଡ଼ଭଙ୍ଗା  ଶୀତ ଆରମ୍ଭ ହୋଇଥିବା ବେଳେ ପାଗ ବଦଳି ମେଘୁଆ ପାଗ ଆରମ୍ଭ ହେବା ଯୋଗୁଁ ୧୯ତାରିଖ ଠାରୁ ପାରଦ ପୁଣି ବଢ଼ିବାରେ ଲାଗିଥିଲା । ୨୩ତାରିଖରେ ୧୫.୬ଡିଗ୍ରିକୁ ପହଁଚି ଯାଇଥିଲା ପୁଣି ୨୪ତାରିଖ ଠାରୁ ପାରଦ ଖସି ଆଜି ୮.୬ଡିଗ୍ରି ରେକର୍ଡ ହୋଇଛି । ଜି ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ପାରଦ ୮.୬ ଡିଗ୍ରି କୁ ଖସିଛି । ଥଣ୍ଡାର ମଜା ନେବାକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଆଗକୁ ପାରଦ ଆହୁରି ଖସିବା ସହ ଶୀତ ବଢିବା ଅନୁମାନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking