ଭୁବନେଶ୍ୱର: ରାଜ୍ୟର ଶୀତଳ ସହର ଜି. ଉଦୟଗିରିରେ ବୁଧୁବାର ମଧ୍ୟ ସବୁଠାରୁ କମ ତାପମାତ୍ରା ରହିଛି। ବୁଧୁବାର ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ରହିଛି। ଏହା ରାଜ୍ୟର ସବୁଠାରୁ କମ ତାପମାତ୍ରା। ଶୀତ ସାଙ୍ଗକୁ ପ୍ରବଳ ଘନ କୁହୁଡି ଓ କୋହଲା ପବନ ଯୋଗୁ ଲୋକମାନେ ଶୀତରେ ଥରି ଯାଉଛନ୍ତି। କାଲିଗାଡୁ ହିଲଟପ, ସିରିକି କଫି ବଗିଚା, ସିରିକ ଡେମରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗି ରହୁଛି। ଏଣେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି।
https://www.youtube.com/watch?v=21Ao05eDsW4










